କୋଲକାତା: ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ରାଜ୍ୟରେ କୋଭିଡ କେସ ଗ୍ରାଫ ବଢୁଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀକୁ ମୁକାବିଲା କରିବା ପାଇଁ ସତ ଚେଷ୍ଟା କରିଥିଲେ ମଧ୍ୟ କୋରୋନାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ସେହିଭଳି ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣ ଅନିୟନ୍ତ୍ରିତ ।
ମାତ୍ର ଏହି ମହାମାରୀର ଲକ୍ଷଣକୁ ନଲୁଚାଇ ଟେଷ୍ଟ କରିବା ସହ ସଚେତନତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ । ହେଲେ ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳରେ ଜଣେ କୋରୋନା ପଜିଟିଭ ମେଡିକାଲର ଝରକା ଭାଙ୍ଗି ଖସିପଳାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କୁ ଏକ ମନ୍ଦିର ସାମ୍ନାରୁ ଉଦ୍ଧାର କରାଯାଇଥିଲା ।