ଓଡିଶା

odisha

ETV Bharat / bharat

ଭେଣ୍ଟିଲେଟର ପ୍ଲଗ କାଢି କୁଲର ଲଗାଇବାରୁ ଚାଲିଗଲା ରୋଗୀର ଜୀବନ

ରାଜସ୍ଥାନର କୋଟ ସହରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ରୋଗୀ କୋଭିଡ ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଧିକ ପଢନ୍ତୁ...

By

Published : Jun 20, 2020, 5:21 PM IST

ଭେଣ୍ଟିଲେଟର ପ୍ଲଗ କାଢି କୁଲର ଲଗାଇବାରୁ ଚାଲିଗଲା ରୋଗୀଙ୍କ ଜୀବନ
ଭେଣ୍ଟିଲେଟର ପ୍ଲଗ କାଢି କୁଲର ଲଗାଇବାରୁ ଚାଲିଗଲା ରୋଗୀଙ୍କ ଜୀବନ

ଜୟପୁର: ରାଜସ୍ଥାନ କୋଟା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏକ ବ୍ୟକ୍ତିଙ୍କ ଜୀବନ କୁଲର ଲଗାଇବାରୁ ଚାଲିଯାଇଛି । ପିଟିଆଇ ନ୍ୟୁଜ ଏଜେନ୍ସି ମୁତାବକ, ଜୁନ 13 ତାରିଖ ଦିନ ଜଣେ 40 ବର୍ଷୀୟ ବ୍ୟକ୍ତି କୋରୋନା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା ।

ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ଜୁନ 15 ତାରିଖରେ ଅଲଗା ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ସେହି ୱାର୍ଡରେ ଅତ୍ୟଧିକ ଗରମ ହୋଇଥିବା ରୋଗୀଙ୍କ ପରିବାର ଲୋକେ କୁଲର ଲଗାଇଥିଲେ । କୁହାଯାଉଛି, କୁଲର ଲଗାଇବାକୁ ଅନ୍ୟ କୌଣସି ସକେଟ ନ ମିଳିବାରୁ ଭେଣ୍ଟିଲେଟରର ପ୍ଲଗ କାଢିଦେଇଥିଲେ । ଭେଣ୍ଟିଲେଟରର ଚାର୍ଜ ପାଖାପାଖି ଅଧା ଘଣ୍ଟା ରହିବା ପରେ ବିଜୁଳି ଶେଷ ହୋଇସାରିଥିଲା ।

ସେପଟେ, ଘଟଣା ବିଷୟରେ ଡାକ୍ତର ଜାଣିବା ପରେ ତୁରନ୍ତ ସିପିଆର ଓ ଆଜମା ଦେଇଥିଲେ କିନ୍ତୁ ବ୍ୟକ୍ତିଙ୍କୁ ବଞ୍ଚାଇପାରି ନଥିଲେ। ଏହି ଘଟଣା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରଖାନାର ଅଧୀକ୍ଷକ ଡକ୍ଟର ନବୀନ ସାକ୍ସେନା କହିଛନ୍ତି ଯେ ନର୍ସିଂର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ, ନର୍ସିଂ ଅଧୀକ୍ଷକ ତଥା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନେଇ ତିନିଜଣିଆ କମିଟି ଘଟଣାର ତଦନ୍ତ କରିବେ। କମିଟି ଶନିବାର ଏହାର ରିପୋର୍ଟ ଦାଖଲ କରିବ।

ABOUT THE AUTHOR

...view details