ଓଡିଶା

odisha

ETV Bharat / bharat

ୟୁ-ଟର୍ଣ୍ଣ ମାରିଲା ପତଞ୍ଜଳି, କହିଲା ‘ଆମେ କୋରୋନା ଔଷଧ ପ୍ରସ୍ତୁତ କରିନାହୁଁ’

କୋରୋନା ଭାଇରସ ଔଷଧ ‘କୋରୋନିଲ୍’କୁ ଦାବି କରୁଥିବା ପତଞ୍ଜଳି ହଠାତ୍ ନିଜ ମତ ବଦଳେଇଦେଇଛି । ପତଞ୍ଜଳୀର ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି କି ଏହା କୋରୋନା ଚିକିତ୍ସା ପାଇଁ ଔଷଧ ନୁହେଁ।

କୋରୋନିଲକୁ ନେଇ ପତଞ୍ଜଳୀର ୟୁ-ଟର୍ନ
କୋରୋନିଲକୁ ନେଇ ପତଞ୍ଜଳୀର ୟୁ-ଟର୍ନ

By

Published : Jun 30, 2020, 2:01 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ଔଷଧ ‘କୋରୋନିଲ୍’କୁ ଦାବି କରୁଥିବା ପତଞ୍ଜଳି ହଠାତ୍ ନିଜ ମତ ବଦଳେଇଦେଇଛି । ପତଞ୍ଜଳିର ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି କି ଏହା କୋରୋନା ଚିକିତ୍ସା ପାଇଁ ଔଷଧ ନୁହେଁ। କୋରୋନିଲ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ । ଏହାର ବ୍ୟବହାର ଦ୍ବାରା କୋରୋନା ସଂକ୍ରମଣ ଭଲ ହୋଇପାରେ ।

ଆମେ ଦେଶକୁ କ୍ଲିନିକାଲ ପରୀକ୍ଷା ପରେ ଆସିଥିବା ଫଳାଫଳକୁ କହିଥିଲୁ। ଆମେ କହି ନାହୁଁ ଯେ ଏହି ଔଷଧ କୋରୋନାକୁ ଭଲ କରିଥାଏ। ଆମେ କହିଥିଲୁ ଯେ ଏହାର କ୍ଲିନିକାଲ ପରୀକ୍ଷା ସମୟରେ କୋରୋନା ରୋଗୀ ଠିକ୍ ହୋଇଥିଲେ । ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ।

ବାଳକୃଷ୍ଣ ଆହୁରି ମଧ୍ୟ କହିଛନ୍ତି, ‘କେହି କେହି କ୍ଲିନିକାଲ୍ ପରୀକ୍ଷାକୁ ନକଲି ବୋଲି କହୁଛନ୍ତି, କେହି କେହି ଔଷଧ ନକଲି ବୋଲି କହୁଛନ୍ତି, କେହି କେହି ଏହି ଦାବିକୁ ନକଲି ବୋଲି କହିଛନ୍ତି। ଆମେ କେବେ କହିନାହୁଁ ଯେ ଆମେ କୋରୋନା ଔଷଧ ତିଆରି କରିଛୁ । ଆମେ କହୁଛୁ ଯେ ଆମେ ଔଷଧ ସହିତ କ୍ଲିନିକାଲ ପରୀକ୍ଷା କରିଛୁ ’ ।

ଜୁନ 23 ରେ ଯୋଗଗୁରୁ ରାମଦେବ ଓ ପତଞ୍ଜଳିର ଆଚାର୍ଯ୍ୟ ବାଳକୃଷ୍ଣ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ରାମଦେବ କହିଥିଲେ ଯେ ପ୍ରମାଣ ଭିତ୍ତିକ ଆୟୁର୍ବେଦିକ ଔଷଧ କୋରୋନିଲ, କୋରୋନାର ପ୍ରଥମ ଆୟୁର୍ବେଦିକ ଔଷଧ । ଏହି ଅନୁସନ୍ଧାନ ମିଳିତ ଭାବେ ହରିଦ୍ବାରର ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନ (PRI), ଜୟପୁରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (NIMS) ଦ୍ବାରା କରାଯାଇଛି । ଏହି ଔଷଧ ଦିବ୍ୟା ଫାର୍ମାସି, ହରିଦ୍ବାର ଓ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍, ହରିଦ୍ବାର ଦ୍ବାରା ପ୍ରସ୍ତୁତ କରାଯାଉଛି।

ସେ ଏହା ମଧ୍ୟ କହିଥିଲେ ଯେ, ଏହାକୁ ନେଇ 100 ଜଣଙ୍କ ଉପରେ କ୍ଲିନିକାଲ୍ ଟ୍ରାଏଲ କରାଯାଇଥିଲା, 95 ଜଣ ଏଥିରେ ଭାଗ ନେଇଥିଲେ । 3 ଦିନରେ 69 ପ୍ରତିଶତ ରୋଗୀ ଆରୋଗ୍ୟ ହେବା ସହ 7 ଦିନରେ 100 ପ୍ରତିଶତ ରୋଗୀ ଆରୋଗ୍ୟ ହୋଇଥିଲେ।

ABOUT THE AUTHOR

...view details