ପାଟନା: ଅନ୍ତିମ ଯାତ୍ରାରେ ବାହାରିଛନ୍ତି ବିହାରର ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ । ତାଙ୍କ ମର ଶରୀର ପାଟନାରେ ପହଞ୍ଚିଛି । ଶୁକ୍ରବାର ସଂଧ୍ୟା 5ଟାରେ ପାଶୱାନଙ୍କ ମରଶରୀରକୁ ଦିଲ୍ଲୀରୁ ପାଟନା ଅଣାଯାଇଛି ।
ପାଟନାରେ ପହଞ୍ଚିଲା ପାଶୱାନଙ୍କ ମରଶରୀର, ଶନିବାର ଗଙ୍ଗାଘାଟରେ ହେବ ଅନ୍ତିମ ସଂସ୍କାର
ପାଟନାରେ ପହଞ୍ଚିଛି ବିହାରର ପ୍ରଭାବଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନଙ୍କ ମର ଶରୀର । ଅଧିକ ପଢନ୍ତୁ...
ରାମ ବିଳାସଙ୍କ ମରଶରୀର ପାଟନା ପହଞ୍ଚିବା ପରେ ଏୟାରପୋର୍ଟରେ ଅନ୍ତିମ ଦର୍ଶନ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି । ସିଧାସଳଖ ପାଟନା ବିମାନବନ୍ଦରରୁ ତାଙ୍କୁ ବିଧାନସଭାକୁ ନିଆଯିବ । ସେଠାରେ ଶେଷ ଦର୍ଶନ ହେବ। ଏହା ପରେ ପାର୍ଟି ମୁଖ୍ୟାଳୟରେ ସମର୍ଥକମାନେ ରାମ ବିଳାସଙ୍କ ଅନ୍ତିମ ଦର୍ଶନ ପାଇପାରିବେ। ପାଟନାରେ ତାଙ୍କ ଅନ୍ତିମ ସଂସ୍କାରରେ କେନ୍ଦ୍ର କ୍ୟାବିନେଟ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଉପସ୍ଥିତ ରହିବେ। ସେଠାରେ ତାଙ୍କର ଅନ୍ତିମ ସଂସ୍କାର ଶନିବାର ସକାଳ 10 ଟାରେ ଗଙ୍ଗା କୂଳରେ ପୂର୍ଣ୍ଣ ରାଷ୍ଟ୍ର ସମ୍ମାନ ସହିତ ଅନୁଷ୍ଠିତ ହେବ ।
ଏହାପୂର୍ବରୁ ଦିଲ୍ଲୀର 12 ଜନପଥରେ ରାମ ବିଳାସଙ୍କ ମରଶରୀର ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବିଶିଷ୍ଟ ନେତା ତାଙ୍କର ଶେଷ ଦର୍ଶନ କରିଥିଲେ ।