ଓଡିଶା

odisha

ETV Bharat / bharat

ଅରେଞ୍ଜ ଏବଂ ଗ୍ରୀନ ଜୋନରେ ପାସପୋର୍ଟ ସେବା ଆରମ୍ଭ - ଅରେଞ୍ଜ ଏବଂ ଗ୍ରୀନ ଜୋନରେ ପାସପୋର୍ଟ ସେବା ଆରମ୍ଭ

ମାର୍ଚ୍ଚରେ ପାସପୋର୍ଟ ସେବା ସମେତ ଦେଶର ଲକଡାଉନ ପରେ ଅଧିକାଂଶ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ଯେଉଁ ସ୍ଥାନରେ ଗ୍ରୀନ ଓ ଅରେଞ୍ଜ ଜୋନ ଲାଗୁହୋଇଛି, ସେହି ସ୍ଥାନରେ ପାସପୋର୍ଟ ସେବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଅରେଞ୍ଜ ଏବଂ ଗ୍ରୀନ ଜୋନରେ ପାସପୋର୍ଟ ସେବା ଆରମ୍ଭ
ଅରେଞ୍ଜ ଏବଂ ଗ୍ରୀନ ଜୋନରେ ପାସପୋର୍ଟ ସେବା ଆରମ୍ଭ

By

Published : May 7, 2020, 1:17 PM IST

ନୂଆଦିଲ୍ଲୀ: କୋରୋନା ହେତୁ 40 ଦିନର ସଂପୂର୍ଣ୍ଣ ଲକଡାଉନ୍ ପରେ ଜନଜୀବନକୁ କିଛି ମାତ୍ରାରେ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି । ଏହି ସମୟରେ ଅରେଞ୍ଜ ଏବଂ ଗ୍ରୀନ ଜୋନରେ ପାସପୋର୍ଟ ସେବା ଆରମ୍ଭ ହୋଇଛି ।

ମାର୍ଚ୍ଚରେ ପାସପୋର୍ଟ ସେବା ସମେତ ଦେଶର ଲକଡାଉନ ପରେ ଅଧିକାଂଶ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ସେବା ଗ୍ରୀନ ଓ ଅରେଞ୍ଜ ଜୋନରେ ଆରମ୍ଭ ହୋଇଛି । ତେବେ ଏଠାକୁ ଆସୁଥିବା ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି ।

ରେଡ ଜୋନ୍ ବ୍ୟତୀତ ଅରେଞ୍ଜ ଏବଂ ଗ୍ରୀନ ଜୋନରେ ପାସପୋର୍ଟ ସେବା ପୁନଃ ଆରମ୍ଭ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସଞ୍ଜୟ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି। ଜନସେବା ପାଇଁ କୋରୋନା ୱାରିୟର୍ସ ସେମାନଙ୍କ ଡ୍ୟୁଟି କରୁଛନ୍ତି । ସମସ୍ତଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ଅନୁରୋଧ କରାଯାଇଛି । ଫେସ ମାସ୍କ ପିନ୍ଧିବା ସହିତ ହାତକୁ ସଫାସୁତରା ରଖିବାକୁ ମଧ୍ୟ କୁହାଯାଇଛି ।

ସଞ୍ଜୟ ଭଟ୍ଟାଚାର୍ଯ୍ୟ ତାଙ୍କ ଟ୍ୱିଟରେ ଲୋକଙ୍କୁ କୋରୋନା ବିରୋଧରେ ଭାରତର ସୁରକ୍ଷା ତଥା ସ୍ୱାସ୍ଥ୍ୟ ପାଇଁ ଆରୋଗ୍ୟ ସେତୁ ଆପ ଡାଉନଲୋଡ୍ କରିବାକୁ ଅନୁରୋଧ କରିଛନ୍ତି।

ABOUT THE AUTHOR

...view details