ନୂଆଦିଲ୍ଲୀ: ପାସପୋର୍ଟ ସେବା ଦିବସ ଅବସରରେ ଦେଶ ତଥା ଦେଶ ବାହାରେ ପାସପୋର୍ଟ ଜାରି କରୁଥିବା ଭାରତୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବିଶ୍ବବ୍ୟାପୀ ମହାମାରୀ ସମୟରେ ଏହି ଅଧିକାରୀଙ୍କ କାର୍ଯ୍ୟକୁ ଜୟଶଙ୍କର ପ୍ରଶଂସା କରିବା ସହ ଦେଶରେ ପାସପୋର୍ଟ ସେବା କେନ୍ଦ୍ରର ସଂଖ୍ୟା ବୃଦ୍ଧି କରିବାର ଯୋଜନା ଓ ଇ-ପାସପୋର୍ଟ ଉପରେ ଚର୍ଚ୍ଚା କରିଛନ୍ତି ।
ଜୟଶଙ୍କର କହିଛନ୍ତି ଯେ ପାସପୋର୍ଟ ସେବା ଦିବସ ଅବସରରେ ମୁଁ ଭାରତ ଓ ବିଦେଶରେ ପାସପୋର୍ଟ ଜାରି କରୁଥିବା ଆମର ସମସ୍ତ ଅଧିକାରୀଙ୍କୁ ସମ୍ମାନିତ କରିବାକୁ ଚାହୁଁଛି । ମହାମାରୀ ସ୍ଥିତିରେ ବି ଅଧିକାରୀମାନେ ଯେଭଳିଭାବେ ସମସ୍ତ ସାର୍ବଜନୀକ ଆବଶ୍ୟକତାଗୁଡିକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ ।