ନୂଆଦିଲ୍ଲୀ: ଟ୍ରେନଯାତ୍ରୀଙ୍କ ପାଇଁ ତାମିଲନାଡୁ ସରକାର ଏକ ପ୍ରୋଟୋକଲ ପ୍ରସ୍ତୁତ କରିଛନ୍ତି । ଯଦି ବଗିର ଜଣେ ବ୍ୟକ୍ତି କୋଭିଡ-19 ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ବଗିରେ ଯାତ୍ରା କରିଥିବା ସମସ୍ତ ବ୍ୟକ୍ତି ଏକ ସପ୍ତାହ ପାଇଁ ଆନୁଷ୍ଠାନିକ ଭାବରେ କ୍ବାରେନଣ୍ଟାଇନରେ ରହିବେ ।
ବଗିର ଜଣେ ଯାତ୍ରୀ ପଜିଟିଭ ଚିହ୍ନଟ ହେଲେ କ୍ବାରେଣ୍ଟିନରେ ରହିବେ ସବୁ ଯାତ୍ରୀ - Passengers of entire bogie to be quarantined even if one tests positive
ଟ୍ରେନଯାତ୍ରୀଙ୍କ ପାଇଁ ତାମିଲନାଡୁ ସରକାର ଏକ ପ୍ରୋଟୋକଲ ପ୍ରସ୍ତୁତ କରିଛନ୍ତି । ଯଦି ବଗିର ଜଣେ ଯାତ୍ରୀ କୋଭିଡ-19 ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ବଗିରେ ଯାତ୍ରା କରିଥିବା ସମସ୍ତ ବ୍ୟକ୍ତି ଏକ ସପ୍ତାହ ପାଇଁ ଆନୁଷ୍ଠାନିକ ଭାବରେ କ୍ବାରେନଣ୍ଟାଇନରେ ରହିବେ ।
ଗୁରୁବାର ରାତିରେ ଦିଲ୍ଲୀର ରାଜଧାନୀ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ ଚେନ୍ନାଇରେ ପହଞ୍ଚିବା ପରେ ଏହି ପ୍ରୋଟୋକଲ ଆରମ୍ଭ ହୋଇଥିଲା । ଏହାପରେ ମେ 16ରେ ଚେନ୍ନାଇରେ ଆଉ ଏକ ରାଜଧାନୀ ଏକ୍ସପ୍ରେସ ପହଞ୍ଚିବ ।
ତାମିଲନାଡୁର ମୁଖ୍ୟ ଶାସନ ସଚିବ ଏନେଇ କହିଛନ୍ତି ଯେ, ରାଜଧାନୀରୁ ଯେଉଁ ଟ୍ରେନରେ ଯେଉଁ ଯାତ୍ରୀମାନେ ଆସୁଛନ୍ତି ଯଦି କୌଣସି ଗୋଟିଏ କୋଚର ଗୋଟିଏ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ତାଙ୍କ ଯାତ୍ରା ବିବରଣୀ ଦିଆଯିବ । ସେହି ହିସାବରେ ସେଦିନ ଯାତ୍ରା କରିଥିବା ସମସ୍ତ ବ୍ୟକ୍ତି 7 ଦିନ ପାଇଁ ନିଜ ନିଜ ଜିଲ୍ଲାରେ ଆନୁଷ୍ଠାନିକ ଭାବରେ କ୍ବାରେନଣ୍ଟାଇନରେ ରହିବେ । ଯଦି ବଗିର ସମସ୍ତ ଯାତ୍ରୀ ନେଗେଟିଭ ଚିହ୍ନଟ ହୁଅନ୍ତି ତେବେ ସମସ୍ତେ 14 ଦିନ ପର୍ଯ୍ୟନ୍ତ ହୋମ କ୍ବାରେନଣ୍ଟାଇନରେ ରହିବେ ବୋଲି କୁହାଯାଇଛି ।
TAGGED:
tamilnadu govt