ଓଡିଶା

odisha

ETV Bharat / bharat

ଆସାମକୁ 72 ଘଣ୍ଟା ପାଇଁ ଆସୁଥିବା ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ମାଫ - assam government issued guideline

ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବଙ୍କ ଅନୁସାରେ, ଯାତ୍ରୀଙ୍କୁ ତାଙ୍କ ରିଟର୍ନ ଟିକେଟର ଏକ କପି ପ୍ରଦାନ କରିବାକୁ ପଡିବ, ଯେଉଁଥିରେ 72 ଘଣ୍ଟା ମଧ୍ୟରେ ଫେରିବା ବିଷୟରେ ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ...

ଆସାମରେ 72 ଘଣ୍ଟା ପାଇଁ ଆସୁଥିବା ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ମାଫ
ଆସାମରେ 72 ଘଣ୍ଟା ପାଇଁ ଆସୁଥିବା ଯାତ୍ରୀଙ୍କୁ କ୍ବାରେଣ୍ଟାଇନ ମାଫ

By

Published : Aug 11, 2020, 5:05 PM IST

ଗ୍ବୌହାଟୀ: ଆସାମରେ 72 ଘଣ୍ଟା ପାଇଁ ବିମାନ ଯାତ୍ରା ମାଧ୍ୟମରେ ଆସୁଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ପଡିବ ନାହିଁ । ସରକାର କହିଛନ୍ତି ଯେ ଯଦି ବିଦେଶରୁ ରାଜ୍ୟକୁ ଆସୁଥିବା ଜଣେ ଯାତ୍ରୀ 72 ଘଣ୍ଟା ମଧ୍ୟରେ ଯିବାକୁ ଚାହାଁନ୍ତି, ତେବେ ତାଙ୍କୁ ଅଲଗା ରହିବାକୁ ପଡ଼ିବ ନାହିଁ । ଏହା ସେତବେଳେ ଲାଗୁ ହେବ ଯେତବେଳେ ବିମାନବନ୍ଦରରେ ରାପିଡ ଆଣ୍ଟିଜେନ ଟେଷ୍ଟ (RAT)ରେ ଏହା ନେଗେଟିଭ ଦେଖାଯିବ ।

ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ସମୀର ସିହ୍ନାଙ୍କ ଦ୍ୱାରା ଦିଆଯାଇଥିବା ଆଦେଶରେ ଏହି ନିର୍ଦ୍ଦେଶନାମା ବିଷୟରେ କୁହାଯାଇଛି । ଏହି କ୍ରମରେ କୁହାଯାଇଛି ଯେ, ଯାତ୍ରୀଙ୍କୁ ତାଙ୍କ ରିଟର୍ନ ଟିକେଟର ଏକ କପି ପ୍ରଦାନ କରିବାକୁ ପଡିବ, ଯେଉଁଥିରେ 72 ଘଣ୍ଟା ମଧ୍ୟରେ ଫେରିବା ବିଷୟରେ ସୂଚନା ଦିଆଯାଇଛି। ବିମାନବନ୍ଦରରେ ତାଙ୍କୁ RAT ପରୀକ୍ଷା ପାଇଁ ତାଙ୍କ ନମୁନା ପ୍ରଦାନ କରିବାକୁ ପଡିବ । ଯଦି ତାଙ୍କ ରିପୋର୍ଟ ନେଗେଟିଭ ଆସେ ତେବେ ତାଙ୍କୁ ରାଜ୍ୟ ବାହାରକୁ ଯିବାକୁ ଅନୁମତି ଦିଆଯିବ।

ଯଦି RAT ପରୀକ୍ଷା ଏହାର ପଜିଟିଭ ଆଶେ, ତେବେ ଯାତ୍ରୀଙ୍କୁ କୋଭିଡ-19 ପାଇଁ ପ୍ରସ୍ତୁତ ହୋଇଥିବା ପ୍ରୋଟୋକଲ ଅନୁଯାୟୀ ଆଇସୋଲେସନ କିମ୍ବା ଚିକିତ୍ସା ପାଇଁ ଯିବାକୁ ପଡିବ । ଏହି ଆଦେଶରେ ଦର୍ଶାଯାଇଛି ଯେ RAT ପରୀକ୍ଷାରେ ନେଗେଟିଭ ସତ୍ତ୍ୱେ ଲକ୍ଷଣ ବିନା ଯାତ୍ରୀମାନଙ୍କୁ ଆରଟି- PCR ପରୀକ୍ଷା କରିବାକୁ ପଡିବ । ଏହି ସମୟ ମଧ୍ୟରେ ଯାତ୍ରୀମାନଙ୍କୁ ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅଲଗା ରହିବାକୁ ପଡିବ ।

ଏହି ଆଦେଶରେ ଆହୁରି ଚେତାବନୀ ଦିଆଯାଇଛି, "ଯଦି ଜଣେ ବିମାନ ଯାତ୍ରୀ 72 ଘଣ୍ଟାର ସମୟ ସୀମା ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ। ଏଥିସହ ତାଙ୍କୁ ପୃଥକ ଭାବରେ ରଖାଯିବ।

ABOUT THE AUTHOR

...view details