ମୁମ୍ବାଇ: ବିମାନ ବାତିଲ ହେବାରୁ ଯାତ୍ରୀଙ୍କୁ ସଡକ ପଥରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଲା ଏୟାର ଇଣ୍ଡିଆ । ଏଭଳି ଘଟଣା ଦେଖିବାକୁ ମିଳିଛି ନାସିକ ବିମାନ ବନ୍ଦରରେ । ନାସିକ ବିମାନ ବନ୍ଦରରେ NOTAM( ନୋଟିସ୍ ଟୁ ଏୟାରମ୍ୟାନ) ଲଗାଯାଇଥିବାରୁ ଏଭଳି ସମସ୍ୟା ଉପୁଜିଥିଲା ।
ବିମାନ ଟିକେଟ୍ରେ ସଡକ ଯାତ୍ରା - passenger were taken to pune by road
ବିମାନ ବାତିଲ୍ ହେଲା ବୋଲି ବିମାନଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ସଡକ ପଥରେ ପହଞ୍ଚାଇଲା ବିମାନ କମ୍ପାନୀ । ନାସିକ ଏୟାରପୋର୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ବିମାନ ଟିକେଟ୍ରେ ସଡକ ଯାତ୍ରା
ସୂଚନା ଅନୁସାରେ, ଆଲାୟନ୍ସ ଏୟାର ଫ୍ଲାଇଟ ଗତ ଶନିବାର ସକାଳ 9.30ରେ ପୁଣେ ବିମାନ ବନ୍ଦରରେ ଅବତରଣ କରିବାର ଥିଲା । ହେଲେ ବିଳମ୍ବ କାରଣରୁ ଫ୍ଲାଇଟ ଟି ସକାଳ 10ଟାରେ ନାସିକରେ ପହଞ୍ଚିଥିଲା । ହେଲେ ସେଠାରେ ପୂର୍ବରୁ NOTAM ଜାରି କରାଯାଇଥିଲା । ଫଳରେ ବିମାନରେ ଥିବା 28ଜଣ ଯାତ୍ରୀଙ୍କୁ ସଡକ ମାର୍ଗରେ ସୁରକ୍ଷିତ ପହଞ୍ଚାଯାଇଥିଲା ।
ତେବେ NOTAM ହେଉଛି, ପାଇଲଟକୁ ଦିଆଯାଉଥିବା ନୋଟିସ୍ । ବିମାନ ଚଳାଚଳରେ କୌଣସି ଅସୁବିଧା, ସେବା ପ୍ରକ୍ରିୟାରେ ବିପଦକୁ ଦୃଷ୍ଟିରେ ରଖି ଜାରି ହୋଇଥାଏ ।