ହାଇଦ୍ରାବାଦ: ପୂରା ଫିଲ୍ମ ଷ୍ଟାଇଲରେ ବଦଳି ଯାଇଛି ମହାରାଷ୍ଟ୍ର ରାଜନୀତିର ଚିତ୍ର । ପୁତୁରା ସାଜିଲା ବିଭୀଷଣ । ଏନସିପିର କିଛି ବିଧାୟକଙ୍କ ସାହାଯ୍ୟରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ । ତେବେ ଏନିସିପି ମୁଖ୍ୟ ଶରଦ ପାୱାରଙ୍କ ପୁତୁରା ତଥା ଦଳର ପୂର୍ବତନ ନେତା ଅଜିତ୍ ପାୱାରଙ୍କ ଏପରି କାରନାମା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ।
'ପାର୍ଟି ଓ ପରିବାର ଖଣ୍ଡ ଖଣ୍ଡ' - Supriya Sule
ଏନସିପି ପ୍ରମୁଖ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ନିଜ ସୋସିଆଲ ମିଡିଆରେ ଏକ ଷ୍ଟାଟସ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ପାର୍ଟି ଓ ପରିବାର ଖଣ୍ଡ ଖଣ୍ଡ ।
ମହାରାଷ୍ଟ୍ର ରାଜୀନୀତି
ସୁପ୍ରିୟା ନିଜ ସୋସିଆଲ ମିଡିଆରେ ଏକ ଷ୍ଟାଟସ୍ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, "ପାର୍ଟି ଓ ପରିବାର ଖଣ୍ଡ ଖଣ୍ଡ" ।
ଶିବସେନା, କଂଗ୍ରେସ ଓ ଏନ୍ସିପର 31ଦିନର କସରତ ପରେ ଶନିବାର ସକାଳୁ ସବୁକିଛି ଓଲଟ ପାଲଟ ହୋଇଯାଇଛି । ମହାରାଷ୍ଟ୍ରରେ ଶନିବାର ବିଜେପି ସରକାର ଗଢ଼ିଛି । ମୁଖ୍ୟମନ୍ତ୍ରୀ ଭାବରେ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ଅଜିତ ପାଓ୍ୱାର ଶପଥ ନେଇଛନ୍ତି ।