ଓଡିଶା

odisha

By

Published : Aug 18, 2019, 11:22 PM IST

ETV Bharat / bharat

51 ବର୍ଷ ପରେ ମିଳିଲା ଦୁର୍ଘଟଣାଗ୍ରସ୍ତ ବାୟୁସେନା ବିମାନର ଭଗ୍ନାବଶେଷ

51 ବର୍ଷ ପରେ ମିଳିଲା ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ-12 ବିଏଲ-534 ର ଭଗ୍ନାବଶେଷ  । ହିମାଚଳ ପ୍ରଦେଶର ବରଫ ପାହାଡରେ ରବିବାର ଡୋଗରା ସ୍କାଉଟ ଏବଂ ଭାରତୀୟ ସେନାର ମିଳିତ ଟିମ୍‌ ଏହାକୁ ଖୋଜି ବାହାର କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: 51 ବର୍ଷ ପରେ ମିଳିଲା ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ-12 ବିଏଲ-534 ର ଭଗ୍ନାବଶେଷ । ହିମାଚଳ ପ୍ରଦେଶର ବରଫ ପାହାଡରେ ରବିବାର ଡୋଗରା ସ୍କାଉଟ ଏବଂ ଭାରତୀୟ ସେନାର ମିଳିତ ଟିମ୍‌ ଏହାକୁ ଖୋଜି ବାହାର କରିଛନ୍ତି । ଦୁର୍ଘଟଣାରେ 102 ଜଣଙ୍କର ମୃତ୍ୟୁ ଘଟିଥିଲା । ସର୍ଚ୍ଚ ଅପରେଶନରେ ବିମାନର ଏରୋ ଇଞ୍ଜିନ, ଫ୍ୟୁଜଲେଜ, ଇଲେକ୍ଟ୍ରିକ ସର୍କିଟ, ପ୍ରୋପେଲର, ଫୁଏଲ ଟ୍ୟାଙ୍କ ୟୁନିଟ, ଏୟର ବ୍ରେକ ଆସେମ୍ବଲି ଏବଂ କକପିଟର ଏକ କବାଟ ଟିମ୍‌ ଦ୍ବାରା ଠାବ ହୋଇଛି ।


ନିଖୋଜ ବିମାନରେ 90 ରୁ ଉର୍ଦ୍ଧ୍ବ ସୈନିକ ଥିବା ବେଳେ ସେମାନଙ୍କ ପାର୍ଥିବ ଶରୀର ଠାବ କରିବାକୁ ଚଳିତ ବର୍ଷ ଜୁଲାଇ 26 ରେ ଡୋଗରା ସ୍କାଉଟ ପକ୍ଷରୁ ଏକ ଅପରେଶନ ଆରମ୍ଭ ହୋଇଥିଲା । ଏହାପରେ ଅଗଷ୍ଟ 6 ତାରିଖରେ ଏହି ଅପରେଶନରେ ଭାରତୀୟ ବାୟୁସେନା ସାମିଲ ହୋଇଥିଲେ । ତେବେ 5,240 ମିଟର ଉଚ୍ଚତାର ଢାକା ଗ୍ଲେସିୟର ପାହାଡରେ 13 ଦିନ ଧରି ସର୍ଚ୍ଚ ଅପରେଶନ କରିବା ପରେ ଏହି ବିମାନର ଭଗ୍ନାବଶେଷ ଠାବ ହୋଇଛି ।

ଭାରତୀୟ ବାୟୁସେନାର ବିମାନ ଏଏନ-12 ବିଏଲ-534 1968 ମସିହା ଫେବୃଆରୀ 7 ତାରିଖରେ ଚଣ୍ଡିଗଡ ବାୟୁସେନା କ୍ଷେତ୍ର ଅଭିମୁଖେ ଉଡାଣ ଭରିଥିଲା । କିନ୍ତୁ ବିମାନଟି କୁଲ୍ଲୁ ଜିଲ୍ଲାର ରୋହତାଙ୍ଗ ନିକଟରେ ନିଖୋଜ ହୋଇଯାଇଥିଲା । ତେବେ ବିମାନ ରାସ୍ତା ଭୁଲି ଶତୃଦେଶକୁ ପ୍ରବେଶ କରିଥାଇ ପାରେ ବୋଲି ଆକଳନ କରାଯାଇଥିଲା । କିନ୍ତୁ ନିଖୋଜ ବିମାନର ରହସ୍ୟ 2003 ରେ ବାହାରକୁ ଆସିଥିଲା । ଏକ ସର୍ଚ୍ଚ ଅପରେଶନ ସମୟରେ ଢାକା ଗ୍ଲେସିୟର ନିକଟରେ ବିମାନର କିଛି ଭଗ୍ନାବଶେଷ ଠାବ ହୋଇଥିଲା । ଏହା ବ୍ୟତିତ ଦୁର୍ଘଟଣା ସମୟରେ ବିମାନରେ ଉପସ୍ଥିତ ଥିବା ଜଣେ ସୈନିକଙ୍କ ପରିଚୟ ପତ୍ର ମିଳିଥିଲା । ଏହାପରେ ନିଖୋଜ ସୈନିକଙ୍କ ମୃତଦେହ ଠାବ କରିବାକୁ ଅଭିଯାନ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ସୁଦ୍ଧା କେବଳ 5 ଜଣଙ୍କ ମୃତଦେହ ମିଳିପାରିଛି ।

ABOUT THE AUTHOR

...view details