ଓଡିଶା

odisha

By

Published : Apr 21, 2020, 3:15 PM IST

ETV Bharat / bharat

ଅର୍ଥନୀତି ସୁଦୃଢ ଚିନ୍ତା, ମୋଦିଙ୍କୁ ଚିଠି ଲେଖିଲେ ପଞ୍ଜାବ ସାଂସଦ

ରାଜ୍ୟର କୋରୋନା ମୁକାବିଲା ପାଇଁ ଆର୍ଥିକ ସ୍ଥିତି ସୁଦୃଢ କରିବା ସହ ଭାଇରୋଲୋଜି କେନ୍ଦ୍ର ସ୍ଥାପନ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପଞ୍ଜାବ ସାଂସଦ ପ୍ରତାପ ସିଂ ବାଜୱା । ଅଧିକ ପଢନ୍ତୁ...

Pratap Singh Bajwa
କୋରୋନା ମୁକାବିଲା

ନୂଆଦିଲ୍ଲୀ: ପଞ୍ଜାବ ସାଂସଦ ପ୍ରତାପ ସିଂ ବାଜୱା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରି କହିଛନ୍ତି ଯେ, ରାଜ୍ୟରେ ଭାଇରୋଲୋଜି କେନ୍ଦ୍ର ସ୍ଥାପନ କରି ସ୍ୱାସ୍ଥ୍ୟ ସୁବିଧା ସୁଦୃଢ କରିବାକୁ ସାହାର୍ଯ୍ୟ କରନ୍ତୁ । ଏହାସହ କୋରୋନା ଭାଇରସ ସହିତ ମୁକାବିଲା ପାଇଁ ଅର୍ଥନୀତିକୁ ଅଧିକ ଶକ୍ତିଶାଳୀ କରିବାକୁ ଅଧିକ ଅର୍ଥ ପ୍ରଦାନ କରନ୍ତୁ ।

ସେ କହିଛନ୍ତି, ‘ପଞ୍ଜାବ ଏକ ସୀମାନ୍ତ ରାଜ୍ୟ ଏବଂ ରାଜସ୍ୱ ହରାଇବା ଦ୍ୱାରା ରାଜ୍ୟର ଆର୍ଥିକ ସୁରକ୍ଷା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ଏହା ସହିତ କୋରୋନା ପରିସ୍ଥିତି ସହ ମୁକାବିଲା ପାଇଁ ରାଜ୍ୟକୁ ଅଧିକ ଅର୍ଥ ଦେବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି ।

କେନ୍ଦ୍ର ସରକାର ଜିଏସ୍ଟି (1237 କୋଟି ଟଙ୍କା)କୁ ଗ୍ରହଣ କରିବା ହେତୁ ରାଜସ୍ୱ ହରାଇବା କାରଣରୁ ଆର୍ଥିକ କ୍ଷତିପୂରଣ ସମେତ ବକେୟା ପ୍ରଦାନ କରିଛନ୍ତି ଯାହା ରାଜ୍ୟ ଦ୍ବାରା ଜିଏସଟି ଅଧିନିୟମ ଅନୁସାରେ ଅଟେ । ‘ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ପ୍ରକାଶିତ ଏହି ତଥା ଅନ୍ୟାନ୍ୟ ପରିମାଣ ମନରେଗା ଭଳି ଯୋଜନା । ଯାହା ପୂର୍ବରୁ ବଜେଟ୍ ଅଧୀନରେ ରାଜ୍ୟକୁ ପ୍ରତିଶ୍ରୁତି ଦିଆଯାଇଥିଲା ତେଣୁ ରାଜ୍ୟକୁ କୋରୋନା ଭାଇରସ ସହିତ ଲଢିବାରେ ସାହାଯ୍ୟ କରିବା ପାଇଁ ତୁରନ୍ତ ଅଧିକ ଅର୍ଥ ରାଶି ପ୍ରଦାନ କରାଯିବା ଉଚିତ ବୋଲି ସେ ଚିଠିରେ ଲେଖିଛନ୍ତି ।

ସମସ୍ତ ଚିକିତ୍ସା ଉପକରଣ ଏବଂ ଔଷଧ ପାଇଁ ଜିଏସଟି ଛାଡ କରିବାକୁ ସାଂସଦ ମଧ୍ୟ ମୋଦିଙ୍କୁ ଅନୁରୋଧ କରିଛନ୍ତି । ବାଜୱା ପୂର୍ବ ଚିଠିରେ ତାଲାବନ୍ଦ ପରେ ମହାରାଷ୍ଟ୍ରର ନନ୍ଦେଡ ସାହେବ ଠାରେ ଫସି ରହିଥିବା ପଞ୍ଜାବ ତୀର୍ଥଯାତ୍ରୀଙ୍କୁ ନିରାପଦର ସହ ପ୍ରତ୍ୟାବର୍ତ୍ତନ କରାଇବାକୁ କେନ୍ଦ୍ରୀୟ ସହାୟତା ଲୋଡିଥିଲେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ନବୀକରଣ ପାଇଁ କେନ୍ଦ୍ରରୁ 729 କୋଟି ଟଙ୍କା ମାଗିଥିଲେ।

ABOUT THE AUTHOR

...view details