ଓଡିଶା

odisha

By

Published : Mar 28, 2019, 12:51 PM IST

ETV Bharat / bharat

ସମୁଦ୍ରରୁ ‘ବ୍ରହ୍ମୋସ୍’ ଉଦ୍ଧାର

ଉଦ୍ଧାର ହୋଇଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିବା ବ୍ରହ୍ମୋସ ମିସାଇଲର ଏକ ଅଂଶ ବିଶେଷ । ଋଷ ଓ ଇସ୍ରୋ ବୈଜ୍ଞାନିକଙ୍କ ମିଳିତ ସହଯୋଗରେ ‘ବ୍ରହ୍ମୋସ’ କ୍ଷେପଣାସ୍ତ୍ର ନିର୍ମାଣ ହୋଇଛି । ଏହା ବିଶ୍ବର ସବୁଠୁ ଦ୍ରୁତତମ କ୍ରୁଜ୍ ମିସାଇଲ୍ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ଚେନ୍ନାଇ: ତାମିଲନାଡୁ ସମୁଦ୍ର କୂଳରୁ ‘ବ୍ରହ୍ମୋସ’ କ୍ଷେପଣାସ୍ତ୍ରର ଏକ ଅଂଶ ବିଶେଷଉଦ୍ଧାର ହୋଇଛି । ଆଜି ମେରାଇନ ପୋଲିସ ପକ୍ଷରୁ ଏହି କ୍ଷେପଣାସ୍ତ୍ର ଉଦ୍ଧାର କରାଯାଇଛି ।

ମେରାଇନ୍ ପୋଲିସ ସୂଚନାନୁସାରେ ଉଦ୍ଧାର ହୋଇଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଥିବା ବ୍ରହ୍ମୋସ ମିସାଇଲର ଏକ ପାର୍ଟ । ଏହା ଗତକାଲି ରାମନାଥପୂରମର ପାନିକୂଲମସମୁଦ୍ର ତଟରୁ ଉଦ୍ଧାର ହୋଇଛି । ଏହା ବଙ୍ଗୋପସାଗରରେ ଭାସି ଯାଇଥିବାର ଅନୁମାନ କରାଯାଇଥିଲା । ଆଜି ଜଣେ ସ୍ଥାନୀୟ ମତ୍ସ୍ୟଜୀବୀ ଏକ ସିଲିଣ୍ଡର ଆକୃତିର ବସ୍ତୁ ସମୁଦ୍ରରେ ଭାସୁଥିବାର ଦେଖିଥିଲେ । ଏହାପରେ ସେ ସଙ୍ଗେ ସଙ୍ଗେ ଅଧିକାରୀଙ୍କୁ ଏହା ବିଷୟରେ ସୂଚନା ଦେଇଥିଲେ ।

ପରେ ମେରାଇନ ପୋଲିସର ‘କ୍ୟୁ’ ବ୍ରାଞ୍ଚ ଅଧିକାରୀ ଘଟଣାସ୍ଥଳକୁ ଯାଇ ଏହାକୁ ଉଦ୍ଧାର କରିଥିଲେ । ମିସାଇଲରେ ବ୍ରହ୍ମୋସର ଲୋଗୋ ଥିଲା । ଏହା 15 ଫୁଟ୍‌ ହୋଇଥିବାବେଳେ ଓଜନ 800 କେଜି ରହିଛି । ଏଥିରେ 24 ଅକ୍ଟୋବର 2016 ଲେଖାଯାଇଥିବା ଦେଖିବାକୁ ମିଳିଛି । ଅର୍ଥାତ ଏହା 3 ବର୍ଷ ତଳେ ଉକ୍ତ ଦିନରେ ନିର୍ମାଣ ହୋଇଥିଲା ବୋଲି ପୋଲିସ ସୂଚନା ଦେଇଛି ।

ଏହା ବିଷୟରେ ଇସ୍ରୋକୁ ମେରାଇନ ପୋଲିସ ଖବର ଦେଇସାରିଛି । ଏହି ଇଞ୍ଜିନକୁ ପରୀକ୍ଷା କରିବା ପାଇଁ ଇସ୍ରୋ ଏକ ଟିମ୍‌ ପଠାଇବ ବୋଲି ସୂଚନା ରହିଛି । ଉଲ୍ଲେଖଯୋଗ୍ୟ ଯେ ଋଷ ଓ ଇସ୍ରୋ ବୈଜ୍ଞାନିକଙ୍କ ମିଳିତ ସହଯୋଗରେ ଏହି କ୍ଷେପଣାସ୍ତ୍ର ତିଆରି କରିଥାଏ ।

ABOUT THE AUTHOR

...view details