ଓଡିଶା

odisha

ETV Bharat / bharat

ମୋବାଇଲ ପ୍ରିୟ 'ଡୁଗ୍ଗୁ': ଖଟରେ ଶୁଏ, ବିହାରୀ ଛତୁଆ ଖାଏ

ବିହାରର କଟିହାରରେ ଏକ ଏମିତି ଶୁଆ ଅଛି, ଯାହାକୁ ସୋସିଆଲ ମିଡିଆ ଖୁବ୍ ଭଲଭାବେ ଜଣା। ଏହି ଶୁଆ ନିଜେ ନିଜେ ମୋବାଇଲ ଚଲାଇଥାଏ ଏବଂ ୟୁଟ୍ୟୁବରେ ନିଜର ମନପସନ୍ଦ କାର୍ଯ୍ୟକ୍ରମ ଦେଖିଥାଏ। ଏବେ ପର୍ଯ୍ୟନ୍ତ ଆପଣ ବିଭିନ୍ନ ଶୁଆଙ୍କୁ ଗୀତ ଗାଉଥିବା, ମନ୍ତ୍ର ପାଠ କରୁଥିବା, ଡାନ୍ସ କରୁଥିବା ଦେଖିଥିବେ। କିନ୍ତୁ ଏହି ଶୁଆ ବଡ ଆଶ୍ଚର୍ଯ୍ୟକର। ଏହି ମିଠ୍‌ଠୁ ୟୁଟ୍ୟୁବରେ ନିଜର ମନପସନ୍ଦ ସମସ୍ତ ଜିନିଷ ଖୁବ୍ ସହଜରେ ଖୋଜି ଦେଇଥାଏ।

By

Published : Aug 30, 2020, 9:43 PM IST

ମୋବାଇଲ ପ୍ରିୟ 'ଡୁଗ୍ଗୁ': ଖଟରେ ଶୁଏ, ବିହାରୀ ଛତୁଆ ଖାଏ
ମୋବାଇଲ ପ୍ରିୟ 'ଡୁଗ୍ଗୁ': ଖଟରେ ଶୁଏ, ବିହାରୀ ଛତୁଆ ଖାଏ

ପାଟନା: ଆଜିକାଲି ମୋବାଇଲ ପ୍ରେମରେ ସମସ୍ତେ। ଦଣ୍ଡେ କେହି ମୋବାଇଲ ଫୋନ ବିନା ବଞ୍ଚିପାରୁନାହାଁନ୍ତି। ଛୋଟ ଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ। ଏଥିରୁ ପଶୁ-ପକ୍ଷୀ ବା ନିବୃତ୍ତ ହେବେ କେମିତି । କିଛି ଏମିତି ଚାଲାଖିଆ ଆଉ ବୁଦ୍ଧିଆ ପକ୍ଷୀ ଅଛନ୍ତି, ଯେଉଁମାନେ ମୋବାଇଲ ଚଲେଇବାରେ ସିଦ୍ଧହସ୍ତ। ଏମାନଙ୍କୁ ଦେଖିଲେ ବିଶ୍ବାସ ହୁଏନି ଯେ, ଏମାନେ ମଣିଷଙ୍କ ପରି କଥା ନ କହିଲେ କଣ ହେଲା, ମୋବାଇଲର ଶବ୍ଦକୁ ବେଶ ଭଲଭାବେ ଠଉରାଇ ପାରୁଛନ୍ତି । ଚାଲନ୍ତୁ ଜାଣିବା ଏମିତି ଏକ ଶୁଆ ବିଷୟରେ, ଯିଏ ଦଣ୍ଡେ ମୋବାଇଲ ନ ଦେଖିଲେ ରହିପାରେନା।

ବିହାରର କଟିହାରରେ ଏକ ଏମିତି ଶୁଆ ଅଛି, ଯାହାକୁ ସୋସିଆଲ ମିଡିଆ ଖୁବ୍ ଭଲଭାବେ ଜଣା। ଏହି ଶୁଆ ନିଜେ ନିଜେ ମୋବାଇଲ ଚଲାଇଥାଏ ଏବଂ ୟୁଟ୍ୟୁବରେ ନିଜର ମନପସନ୍ଦ କାର୍ଯ୍ୟକ୍ରମ ଦେଖିଥାଏ। ଏବେ ପର୍ଯ୍ୟନ୍ତ ଆପଣ ବିଭିନ୍ନ ଶୁଆଙ୍କୁ ଗୀତ ଗାଉଥିବା, ମନ୍ତ୍ର ପାଠ କରୁଥିବା, ଡାନ୍ସ କରୁଥିବା ଦେଖିଥିବେ। କିନ୍ତୁ ଏହି ଶୁଆ ବଡ ଆଶ୍ଚର୍ଯ୍ୟକର। ଏହି ମିଠ୍‌ଠୁ ୟୁଟ୍ୟୁବରେ ନିଜର ମନପସନ୍ଦ ସମସ୍ତ ଜିନିଷ ଖୁବ୍ ସହଜରେ ଖୋଜି ଦେଇଥାଏ। ୟୁଟ୍ୟୁବରେ ନିଜ ଭଳି ଅନ୍ୟ ଏକ ଶୁଆକୁ ଦେଖି ଭାରି ଉତ୍‌ଫ୍ରୁଲ୍ଲିତ ହୋଇଉଠିଥାଏ।

ମୋବାଇଲ ପ୍ରିୟ 'ଡୁଗ୍ଗୁ': ଖଟରେ ଶୁଏ, ବିହାରୀ ଛତୁଆ ଖାଏ

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସେ ନିଜ ଥଣ୍ଟରେ ୟୁଟ୍ୟୁବ ଅପରେଟ କରିଥାଏ। ସେଥିରେ ଚାଲିଥିବା ବିଭିନ୍ନ ଭିଡିଓକୁ ଖୁବ୍ ଉପଭୋଗ କରିଥାଏ। କଟିହାରର ନୟା ଟୋଲ୍ଲା ମୋହଲ୍ଲାରେ ବାସ କରୁଥିବା ରାଜେଶ ବର୍ମାଙ୍କ ଘରେ ଏହି ଶୁଆ ରହିଥାଏ। ପରିବାର ଲୋକେ ତାକୁ ସ୍ନେହରେ 'ଡୁଗ୍ଗୁ' ଡାକନ୍ତି । ଏହି ଶୁଆ ତାଙ୍କ ଘରର ଜୀବନ। ଡୁଗ୍ଗୁକୁ ଛାଡି କେହି ଘଡିଏ ରହିପାରନ୍ତି ନାହିଁ। ଏହି ଶୁଆ ପିଞ୍ଜରାରେ ନ ରହି ଘର ଭିତରେ ହିଁ ଉଡି ବୁଲୁଥାଏ।

ବର୍ମାଙ୍କ ଛୋଟ ପିଲାମାନଙ୍କ ସହ ରହି ଶୁଆକୁ ମଧ୍ୟ ମୋବାଇଲର ଅଭ୍ୟାସ ପଡିଯାଇଥିଲା। ତେଣୁ ଯେତେବେଳେ ବି ସେ କାହା ମୋବାଇଲ ପାଏ, ସେତେବେଳେ ସେ ନିଜ ପସନ୍ଦ ମୁତାବକ ଶୁଆ ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମ ବାହାର କରି ଦେଖିଥାଏ। ରାଜେଶଙ୍କ ପରିବାର ଲୋକେ ତାକୁ ନିଜ ଘରର ସଦସ୍ୟ ବୋଲି ଭାବନ୍ତି । ରାଜେଶଙ୍କ ଝିଅ ସୃଷ୍ଟି ହେଉଛି ଡୁଗ୍ଗୁର ପ୍ରଶିକ୍ଷକ। ଯିଏ କି ପ୍ରତ୍ୟେକ ସମୟରେ କିଛି ନା କିଛି ଡୁଗ୍ଗୁକୁ ଶିଖାଇଥାଆନ୍ତି ।

ସୃଷ୍ଟି କୁହନ୍ତି ଯେ, ତାଙ୍କ ବାପା ଡୁଗ୍ଗୁକୁ ଦେଢ ବର୍ଷ ପୂର୍ବରୁ ଜଣେ ସାଙ୍ଗଙ୍କ ଘରୁ ଆଣିଥିଲେ। ଏହି ଶୁଆର ବିଶେଷତ୍ବ ହେଉଛି ଯେ, ଏହି ଶୁଆ ବିହାରୀ ଛତୁଆ ଖାଇଥାଏ। ଏହାଛଡା ସେ ଆଉ କିଛି ବି ଖାଇ ନ ଥାଏ। ପରିବାର ଅନ୍ୟ ସଦସ୍ୟଙ୍କ କାନ୍ଧ ଉପରେ ବସି ସେ ବୁଲୁଥାଏ। ରାତିରେ ମଧ୍ୟ ସେ ଘର ଲୋକଙ୍କ ସହିତ ହିଁ ଖଟ ଉପରେ ଶୋଇଥାଏ। ଯଦି ଘରର ସମସ୍ତ ସଦସ୍ୟ କେଉଁ ଆଡେ ବୁଲିବାକୁ ଏକାସହ ଯାଆନ୍ତି, ତେବେ ଡୁଗ୍ଗୁ ମଧ୍ୟ ତାଙ୍କ ସହ ଯାଇଥାଏ। ସୃଷ୍ଟି କୁହନ୍ତି ଯେ, ସେ ଶୁଆ ନୁହେଁ, ସେ ତାଙ୍କ ଭାଇ ଏବଂ ବନ୍ଧୁ। ସେ ଆମ ସହ କଥା ହୁଏ, ଖେଳେ ମଧ୍ୟ। ଏମିତି ଲାଗେ ଯେମିତି ଡୁଗ୍ଗୁ ସମସ୍ତ ଶୁଆଙ୍କ ମାଷ୍ଟର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details