ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର 18ରୁ ଆରମ୍ଭ ହେବା ନେଇ ସମ୍ଭାବନା ରହିଛି । ଏହି ଅଧିବେଶନ ନଭେମ୍ବର 18ରୁ ଆରମ୍ଭ ହୋଇ ଡିସେମ୍ବାର 13ରେ ସରିବ ବୋଲି ସୂଚନା ମିଳିଛି ।
ନଭେମ୍ବର 18ରୁ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ - ଶୀତକାଳୀନ ଅଧିବେଶନ 2019
ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର 18ରୁ ଆରମ୍ଭ ହେବା ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସଂସଦୀୟ ବ୍ୟାପରରେ ହୋଇଥିବା କ୍ୟାବିନେଟ କମିଟି ବୈଠକରେ ସ୍ଥିର ହୋଇଥିବା ସୂଚନା ।
ଫାଇଲ ଫଟୋ
ଅଧିବେଶନ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବାବେଳେ ସଂସଦୀୟ ବ୍ୟାପରରେ ହୋଇଥିବା କ୍ୟାବିନେଟ କମିଟି ବୈଠକ ପରେ ଶୀତକାଳୀନ ଅଧିବେଶନ ତାରିଖ ସ୍ଥିର ହୋଇଥିବା ନେଇ ସୂଚନା ମିଳିଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା ।
ଗତବର୍ଷ ସଂସଦର ଶୀତ ଅଧିବେଶନ ଡିସେମ୍ବର 11ରୁ ଆରମ୍ଭ ହୋଇ ଜାନୁଆରୀ 8 ପର୍ଯ୍ୟନ୍ତ ଚାଲିଥିଲା । ଏହା ଗତ ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ଣ୍ଣ କାଳୀନ ଅଧିବାଶନ ଥିଲା ।