ଓଡିଶା

odisha

ETV Bharat / bharat

ଲୋକସଭାରେ ‘ପ୍ରଦୂଷଣ’ ଚର୍ଚ୍ଚା: ମାସ୍କ ପିନ୍ଧି ବିବୃତି ରଖିଲେ ଟିଏମସି ସାଂସଦ - ମାସ୍କ ପିନ୍ଧି ବିବୃତି ରଖିଲେ ଟିଏମସି ସାଂସଦ

ମଙ୍ଗଳବାର ସଂସଦର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିବସରେ ଲୋକସଭାରେ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଉପରେ ଗମ୍ଭୀର ଭାବରେ ଜୋରଦାର ଚର୍ଚ୍ଚା ଜାରି ରହିଛି । ଏପରି ସ୍ଥଳରେ ତୃଣମୂଳ କଂଗ୍ରେସ ସାଂସଦ ଡା. କାକୋଲି ଘୋଷ ଦାସ୍ତିଦାର ଲୋକସଭାରେ ମାସ୍କ ପିନ୍ଧି ସଦନରେ ପହଞ୍ଚିବା ସହ ପ୍ରଦୂଷଣ ମୁଦ୍ଦା ଉପରେ ମତ ରଖିଛନ୍ତି ।  ଅଧିକ ପଢନ୍ତୁ...

ଡିଜାଇନ ଫଟୋ

By

Published : Nov 19, 2019, 6:53 PM IST

ନୂ୍ଆଦିଲ୍ଲୀ: ମଙ୍ଗଳବାର ସଂସଦର ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିବସରେ ଲୋକସଭାରେ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଉପରେ ଗମ୍ଭୀର ଭାବରେ ଜୋରଦାର ଚର୍ଚ୍ଚା ଜାରି ରହିଛି । ଏପରି ସ୍ଥଳରେ ତୃଣମୂଳ କଂଗ୍ରେସ ସାଂସଦ ଡା. କାକୋଲି ଘୋଷ ଦାସ୍ତିଦାର ଲୋକସଭାରେ ମାସ୍କ ପିନ୍ଧି ସଦନରେ ପହଞ୍ଚିବା ସହ ପ୍ରଦୂଷଣ ମୁଦ୍ଦା ଉପରେ ମତ ରଖିଛନ୍ତି ।

ଫଟୋ ସୌଜନ୍ୟ:ଏଏନଆଇ


ଟିଏମସି ସାଂସଦ ଦେଶରେ ଯେଉଁଭଳି ଭାବରେ ‘ସ୍ବଚ୍ଛ ଭାରତ ମିଶନ’ ରହିଛି ସେହିଭଳି ଭାବରେ ‘ସ୍ବଚ୍ଛ ହାୱା ମିଶନ’ ଆବଶ୍ୟକ ରହିଛି କି ନା ବୋଲି ପ୍ରଶ୍ନ ଉଠାଇଛନ୍ତି । ସ୍ବଚ୍ଛ ହାୱା ମିଶନ ଦ୍ବାରା ନିଶ୍ବାସ ନେବା ଅଧିକାର ସୁନିଶ୍ଚିତ କରିବା ଦରକାର ବୋଲି ସେ କହିଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି ଯେ ଦିଲ୍ଲୀରେ ଚାରିଆଡେ ମାସ୍କ ପିନ୍ଧା ଲୋକ ଚଳପ୍ରଚଳ କରୁଛନ୍ତି । ବିଶ୍ବର ସବୁଠାରୁ ପ୍ରଦୂଷିତ 10 ଟି ସହର ମଧ୍ୟରୁ 9 ଟି ଭାରତରେ ରହିଛି । ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details