ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ଆଇନ (ସଂଶୋଧନ) ବିଲ ପାସ - monsoon session

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରନେସନ ଟେକ୍ନୋଲୋଜି ଆଇନ, 2014 ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି ଆଇନ 2017 କୁ ସଂଶୋଧନ କରୁଥିବା ବିଲକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ରାଜ୍ୟସଭାରେ ଆଗତ କରିଥିଲେ । ଏହି ବିଲ ପୂର୍ବ ଲୋକସଭାରେ ପାରିତ ହୋଇଯାଇଛି ।

ରାଜ୍ୟସଭାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ଆଇନ (ସଂଶୋଧନ) ବିଲ ପାସ
ରାଜ୍ୟସଭାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ଆଇନ (ସଂଶୋଧନ) ବିଲ ପାସ

By

Published : Sep 22, 2020, 1:04 PM IST

ନୂଆଦିଲ୍ଲୀ: ଆଜି ମୌସୁମୀ ଅଧିବେଶନରେ ନବମ ଦିନରେ ରାଜ୍ୟସଭାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ଆଇନ (ସଂଶୋଧନ) ବିଲ-2020 ପାରିତ ହୋଇଯାଇଛି । ଧ୍ବନି ମତରେ ଏହି ବିଲ ପାସ ହୋଇଛି । ତେବେ ଏହି ବିଲକୁ ବିଜେଡି ପକ୍ଷରୁ ସମର୍ଥନ କରାଯାଇଛି ।

ରାଜ୍ୟସଭାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ଆଇନ (ସଂଶୋଧନ) ବିଲ ପାସ

ବିଜେଡି ପକ୍ଷରୁ ଏହି ଆଲୋଚନାରେ ସସ୍ମିତ ପାତ୍ର ଭାଗ ନେଇଥିଲେ। ଏହି ବିଲକୁ ପିତାମାତାଙ୍କୁ କାର୍ଯ୍ୟରେ ନିୟମିତ କରିବା ପରିବର୍ତ୍ତେ ଡିଗ୍ରୀ ପ୍ରଦାନ କ୍ଷମତା ପ୍ରଦାନ କରିବାକୁ ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏପରିକି ଭୁବନେଶ୍ବର ଆଇଆଇଆଇଟିରେ ଫି’ ବୃଦ୍ଧିକୁ ନେଇ ପିଲାଙ୍କ କଲେଜ ବୟକଟ କଥା ଉଠାଇବା ସହ ଏହାର ସମାଧାନ ଦିଗରେ ଧ୍ୟାନ ଦେବାକୁ କହିଥିଲେ । କୋରୋନା ସମୟରେ ଏକ ରିସର୍ଚ୍ଚ ସେଣ୍ଟର ଖୋଲିବାକୁ ମଧ୍ୟ ସେ ଦାବି ରଖିଥିଲେ । ସେହିପରି ଓଡିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କ ନିଯୁକ୍ତିରେ ବିଳମ୍ବ କରାଯାଉଥିବା ନେଇ ମଧ୍ୟ କହିଥିଲେ ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରନେସନ ଟେକ୍ନୋଲୋଜି ଆଇନ, 2014 ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି ଆଇନ 2017 କୁ ସଂଶୋଧନ କରୁଥିବା ବିଲ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ରାଜ୍ୟସଭାରେ ଆଗତ କରିଥିଲେ । ଏହି ବିଲ ପୂର୍ବ ଲୋକସଭାରେ ପାରିତ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details