ଓଡିଶା

odisha

ETV Bharat / bharat

କୋରୋନା ଭୟ: ରାଜ୍ୟସଭାରେ ବକ୍ତବ୍ୟ ରଖିଲେ ବୈଦେଶିକ ମନ୍ତ୍ରୀ

କୋରୋନା ଭାଇରାସକୁ ନେଇ ଏବେ ସାରା ବିଶ୍ବ ଚିନ୍ତାରେ । ଚୀନରେ ବଢିଚାଲୁଥିବା ଏହି ଭାଇରସ ଓ ଭାରତ ଛାତ୍ରଙ୍କ ସଂପର୍କରେ ଶୁକ୍ରବାର ରାଜ୍ୟସଭାରେ ବକ୍ତବ୍ୟ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର । ପଢନ୍ତୁ ସଂପୂର୍ଣ୍ଣ ଖବର...

dr s jaishankar
dr s jaishankar

By

Published : Feb 7, 2020, 8:40 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର କୋରୋନା ଭାଇରସ ସ୍ଥିତି ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବକ୍ତବ୍ୟ ରଖିଛନ୍ତି । ବୈଦେଶିକ ମନ୍ତ୍ରୀ କହିଛନ୍ତି ଆମେ ଯେତେବେଳେ ଆମ ଛାତ୍ରଙ୍କୁ ଉହାନ (ଚୀନ)ରୁ ସ୍ଥାନାନ୍ତର ପାଇଁ ବିମାନ ପଠାଇଥିଲୁ ସେତେବେଳେ ଆମର ପଡୋଶୀ ଦେଶଙ୍କୁ ମଧ୍ୟ ଜଣାଇଥିଲୁ କି ତାଙ୍କର ଯେକୌଣସି ସହାୟତା ପାଇଁ ଭାରତ ପ୍ରସ୍ତୁତ ଅଛି ।

କୋରୋନା ଭାଇରସକୁ ନେଇ ରାଜ୍ୟସଭାରେ ବକ୍ତବ୍ୟ ରଖିଲେ ବୈଦେଶିକ ମନ୍ତ୍ରୀ

ମାଳଦ୍ବୀପ ଆମର ଏହି ପ୍ରସ୍ତାବକୁ ଗ୍ରହଣ କରି ତାଙ୍କ ନାଗରିକଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲା । ମାଳଦ୍ବୀପର ଅନୁରୋଧକୁ ରଖି ଆମେ ତାଙ୍କର 7 ଜଣ ନାଗରିକଙ୍କୁ ଉହାନରୁ ସୁରକ୍ଷିତ ଭାବେ ଭାରତ ଆଣିଛୁ । ଖୁବ ଶୀଘ୍ର ତାଙ୍କୁ ସୁରକ୍ଷିତ ଭାବେ ତାଙ୍କ ଦେଶକୁ ପଠାଇ ଦିଆଯିବ ।

ଏସ ଜୟଶଙ୍କର ଆହୁରି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ଚୀନରେ ରହୁଥିବା ଭାରତୀୟ ଛାତ୍ରଙ୍କ ସହ ଯୋଗାଯୋଗରେ ଅଛି । ଏହାସହ ଚୀନ ସରକାରଙ୍କ ସହ ମଧ୍ୟ ଆମେ ସଂପର୍କରେ ଅଛୁ । ଯେକୌଣସି ସାହାଯ୍ୟ ଚୀନ ସରକାର ଲୋଡିବେ ଆମେ ଯୋଗାଇଦେବୁ ।


ସୂଚନାଯୋଗ୍ୟ ଚୀନର ଉହାନ ସହରରୁ ମାଳଦ୍ବୀପର 7 ଜଣ ନାଗରିକ ଭାରତ ଆସିଛନ୍ତି । ଏହି 7 ଜଣ କୋରୋନା ଭାଇରସ ବ୍ୟାପିଥିବା ଚୀନର ଉହାନ ସହରରେ ଥିଲେ । ଏମାନଙ୍କୁ ଉଦ୍ଧାର ପାଇଁ ମାଳଦ୍ବୀପ ସରକାର ଭାରତର ସହଯୋଗ ଲୋଡିଥିଲା । ଭାରତ ସରକାରଙ୍କ ସହାୟତା ପରେ ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ପ୍ରଧାନମନ୍ତ୍ରୀ ମୋଦି ଓ ବୈଦେଶିକ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ କୃତଜ୍ଞତା ଜ୍ଞାପନ କରିଛନ୍ତି ।


ସୌଜନ୍ୟ-ରାଜ୍ୟସଭା

ABOUT THE AUTHOR

...view details