ଓଡିଶା

odisha

ETV Bharat / bharat

ରାଫେଲ ପାଇଁ ରକ୍ଷାମନ୍ତ୍ରୀ ପଦ ଛାଡିଥିଲେ ପାରିକର: ଶରଦ ପାୱାର - rafel deal

ମୃତ୍ୟୁ ପରେ ପଦ ଛାଡିବାକୁ ନେଇ ଫିଟୁଛି ଗୁମର। ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ରକ୍ଷାମନ୍ତ୍ରୀ ପଦ ଛାଡିବାକୁ ନେଇ ମୁହଁ ଖୋଲିଲେ ଏନିସିପି ସୁପ୍ରିମୋ ଶରଦ ପାୱାର। କେନ୍ଦ୍ରର ରାଫେଲ ଡିଲରେ ଅସନ୍ତୁଷ୍ଟ ଥିବାରୁ ସେ ରକ୍ଷାମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ ବୋଲି କହିଛନ୍ତି ଶରଦ ପାୱାର।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Apr 14, 2019, 11:38 AM IST

Updated : Apr 14, 2019, 3:15 PM IST

ମୁମ୍ବାଇ: ପାରିକରଙ୍କ ରକ୍ଷାମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ଘଟଣାକୁ ନେଇ ମୁହଁ ଖୋଲିଲେ ଏନସିପି ସୁପ୍ରିମୋ ଶରଦ ପାୱାର। କେନ୍ଦ୍ରର ରାଫେଲ ଡିଲରେ ସେ ସନ୍ତୁଷ୍ଟ ନଥିବାରୁ କେନ୍ଦ୍ରର ରକ୍ଷାମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ । ଏସମ୍ପର୍କରେ ଶରଦ ପାୱାର ଶନିବାର କୋଲ୍ହାପୁରରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଅଧିକାଂଶ ସମୟରେ ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନୀତି ନେଇ ବିରୋଧୀ ଦଳ ବିଶେଷ କରି କଂଗ୍ରେସ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିଥାନ୍ତି। ଗତ କିଛି ମାସ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ କହିଥିଲେ ଯେ, ପାରିକରଙ୍କ ସହ ତାଙ୍କର ଏକ ସାକ୍ଷାତକାର ହୋଇଥିଲା । ଏହି ସମୟରେ ରାଫେଲ ଡିଲ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଥିଲେ। ତାଙ୍କୁ ଏହି ଡିଲରେ ସାମିଲ କରାଯାଇନଥିଲା । କିନ୍ତୁ ପରଦିନ ରାହୁଲଙ୍କ ଏହି ମନ୍ତବ୍ୟର ଜବାବ ଏକ ଚିଠି ମାଧ୍ୟମରେ ରଖିଥିଲେ ପାରିକର। ତାଙ୍କ ବୟାନକୁ ସେ ସମ୍ପୂର୍ଣ୍ଣ ମିଛ ବୋଲି କହିଥିଲେ। ସେ କହିଥିଲେ ଯେ, ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ଦେଖା କରିବା ବାହାନାରେ ସେ ରାଜନୈତିକ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି ।

ପ୍ରକାଶ ଯେ, ନଭେମ୍ବର 2014ରେ ରକ୍ଷାମନ୍ତ୍ରୀ ପଦର ଦାୟିତ୍ବ ନେଇଥିବା ପାରିକର ମାର୍ଚ୍ଚ 2017ରେ ନିଜ ରାଜ୍ୟକୁ ଫେରିଆସିଥିଲେ। ଆଉ ପୁଣି ଥରେ ଗୋଆର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଦୀର୍ଘ ଦିନ ପାନକ୍ରିୟାଜ ଜନିତ ରୋଗରେ ଅସୁସ୍ଥ ରହିବା ପରେ ତାଙ୍କର ପରଲୋକ ହୋଇଥିଲା ।

Last Updated : Apr 14, 2019, 3:15 PM IST

ABOUT THE AUTHOR

...view details