ଓଡିଶା

odisha

ETV Bharat / bharat

ବ୍ଲୁ-ହ୍ଲେଲ ପରେ ଘାତକ ହେଲାଣି 'ସ୍କଲ ବ୍ରେକର' - ଘାତକ ହେଲାଣି 'ସ୍କଲ ବ୍ରେକର'

ପୁଣିଥରେ ଘାତକ ସାବ୍ୟସ୍ତ ହୋଇଛି ଆଉ ଏକ ଚ୍ୟାଲେଞ୍ଜ ଯାହାର ନାଁ ରହିଛି 'ସ୍କଲ ବ୍ରେକର' । ଏହି ଚ୍ୟାଲେଞ୍ଜରେ ପଛ ମୁଣ୍ଡ ଫାଟିବା ଓ ଅଣ୍ଟା ଭାଙ୍ଗିବାର ବେଶି ସମ୍ଭାବନା ଦେଖାଦେଇଛି । ଅଧିକ ଖବର ପଢନ୍ତୁ...

ବ୍ଲୁ-ହ୍ଲେଲ ପରେ ଘାତକ ହେଲାଣି 'ସ୍କଲ ବ୍ରେକର'
ବ୍ଲୁ-ହ୍ଲେଲ ପରେ ଘାତକ ହେଲାଣି 'ସ୍କଲ ବ୍ରେକର'

By

Published : Feb 18, 2020, 3:14 AM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯେତିକି ଲାଭଦାୟକ ସେତିକି କ୍ଷତିକାରକ ମଧ୍ୟ । ଏକଥା ଅନେକ କ୍ଷେତ୍ରରେ ପ୍ରମାଣିତ ମଧ୍ୟ ହୋଇଛି । କିଛିଦିନ ତଳେ ଯୁବପୀଢିଙ୍କ ମଧ୍ୟରେ ସୋସିଆଲ ମିଡିଆରେ ରନିଂ କାର ୱିଥ ଡ୍ୟାନ୍ସିଂ ସହ ବ୍ଲୁହ୍ବେଲ ଭଳି ଚ୍ୟାଲେଞ୍ଜ ବେଶ କ୍ରେଜ କରିଥିଲା । ଆଉ ଏବେ ତାହାକୁ ବାଦ ଦେଇ ପୁଣିଥରେ ଘାତକ ସାବ୍ୟସ୍ତ ହୋଇଛି ଆଉ ଏକ ଚ୍ୟାଲେଞ୍ଜ ଯାହାର ନାଁ ରହିଛି 'ସ୍କଲ ବ୍ରେକର' ।

ଏହି ଚ୍ୟାଲେଞ୍ଜରେ ଦୁଇଜଣ ପାଖରେ ଛିଡା ହେବେ ଓ ମଝିରେ ଥିବା ଜଣଙ୍କ ପଛ ଗୋଡକୁ ଗୋଇଠା ମାରି ତଳକୁ ପକାଇବେ । ଆଉ ଏମିତି ମଝିରେ ଥିବା ବ୍ୟକ୍ତି ପଛୁଆ ଅଣ୍ଟା ମାଡି ତଳେ ପଡିବେ । ଏହା ରୋମାଞ୍ଚକର ଲାଗୁଥିଲେ ମଧ୍ୟ ବେଶ କ୍ଷତିକାରକ । କାରଣ ଏହି ଚ୍ୟାଲେଞ୍ଜରେ ପଛମୁଣ୍ଡ ଫାଟିବା ଓ ଅଣ୍ଟା ଭାଙ୍ଗିବାର ବେଶି ସମ୍ଭାବନା ଦେଖାଦେଇଛି ।

ସ୍ପେନରୁ ଉତ୍ପତି ହୋଇଥିବା ଏହି ଚ୍ୟାଲେଞ୍ଜ ଏବେ ସାରା ଦେଶକୁ ଧିରେ ଧିରେ ବ୍ୟାପିଲାଣି । ତାହା ବି ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ଘୋର ଚିନ୍ତାରେ । ତେବେ ଏହି ଚ୍ୟାଲେଞ୍ଜରୁ ଦୂରେଇ ରହିବାକୁ ସମସ୍ତଙ୍କୁ ବାରଣ କରାଯାଇଛି ।

ଏଏନଆଇ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details