ଓଡିଶା

odisha

ETV Bharat / bharat

‘ଭବ୍ୟ ରାମ ମନ୍ଦିର ନିର୍ମାଣରେ ଲୋକଙ୍କ ଆକାଂକ୍ଷା ପୂରଣ ନହେଲେ, ସମସ୍ୟା ଉପୁଜିବ’ - ଭବ୍ୟ ରାମ ମନ୍ଦିର ନିର୍ମାଣ

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ କୋଟି କୋଟି ଲୋକଙ୍କ ଭାବାବେଗ ଏବଂ ଆଶା ଅକାଂକ୍ଷାକୁ ପୂରଣ କରିବାକୁ ପଡିବ । ଏହି ଟ୍ରଷ୍ଟ ଉପରେ ବିରାଟ ବଡ ଦାୟିତ୍ବ ନ୍ୟସ୍ତ ହୋଇଛି । ପ୍ରସ୍ତାବିତ ରାମନ୍ଦିର ନିର୍ମାଣଠୁ ଆରମ୍ଭ କରି ଲୋକଙ୍କ ଆଶାକୁ ପୂରଣ କରିବାକୁ ପଡିବ ବୋଲି କହିଛନ୍ତି ମହନ୍ତ ପରମହଂସ ଦାଶ ।

‘ଭବ୍ୟ ରାମ ମନ୍ଦିର ନିର୍ମାଣରେ ଲୋକଙ୍କ ଆକାଂକ୍ଷା ପୂରଣ ନହେଲେ, ସମସ୍ୟା ଉପୁଜିବ’
‘ଭବ୍ୟ ରାମ ମନ୍ଦିର ନିର୍ମାଣରେ ଲୋକଙ୍କ ଆକାଂକ୍ଷା ପୂରଣ ନହେଲେ, ସମସ୍ୟା ଉପୁଜିବ’

By

Published : Jul 19, 2020, 6:48 AM IST

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ କୋଟି କୋଟି ଲୋକଙ୍କ ଭାବାବେଗ ଏବଂ ଆଶା ଅକାଂକ୍ଷାକୁ ପୂରଣ କରିବାକୁ ପଡିବ । ଏହି ଟ୍ରଷ୍ଟ ଉପରେ ବିରାଟ ବଡ ଦାୟିତ୍ବ ନ୍ୟସ୍ତ ହୋଇଛି । ପ୍ରସ୍ତାବିତ ରାମନ୍ଦିର ନିର୍ମାଣଠୁ ଆରମ୍ଭ କରି ଲୋକଙ୍କ ଆଶାକୁ ପୂରଣ କରିବାକୁ ପଡିବ ବୋଲି କହିଛନ୍ତି ମହନ୍ତ ପରମହଂସ ଦାଶ ।

‘ଭବ୍ୟ ରାମ ମନ୍ଦିର ନିର୍ମାଣରେ ଲୋକଙ୍କ ଆକାଂକ୍ଷା ପୂରଣ ନହେଲେ, ସମସ୍ୟା ଉପୁଜିବ’

ବିଜେପିର ମାତ୍ର 2 ଜଣ ସାଂସଦ ଥିବା ସମୟରେ ଦଳ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲା । ତେବେ ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟରେ ବିଜେପିର ଶାସନ ରହିଛି । ତେଣୁ ଦଳକୁ ଯଥାଶୀଘ୍ର ରାମ ମନ୍ଦିର ନିର୍ମାଣ ପାଇଁ କାର୍ଯ୍ୟ କରିବାର ଉତ୍ତରରେ ମହନ୍ତ ପରମହଂସ ଦାଶ କହିଛନ୍ତି, ଏହା ହିଁ ପ୍ରକୃଷ୍ଠ ସମୟ, ସମସ୍ତେ ଆଗେଇ ଆସି ରାମ ମନ୍ଦିର ନିର୍ମାଣ ପାଇଁ କାମ କରିବା ଉଚିତ । ଭବ୍ୟ ରାମ ମନ୍ଦିର ବର୍ତ୍ତମାନ ସମୟରେ ସ୍ବପ୍ନ ନୁହେଁ, ବାସ୍ତବତା ହେବା ଉଚିତ । ତେବେ ଏହି ସମୟରେ ମହନ୍ତ ମଧ୍ୟ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି । ରାମ ମନ୍ଦିର ନିର୍ମାଣରେ ଲୋକଙ୍କ ଆକାଂକ୍ଷା ପୂରଣ ନହେଲେ ଏହା ବିରାଟ ବଡ ସମସ୍ୟା ଠିଆ କରିପାରେ ।

ଏହା ସହିତ ସେ କହିଛନ୍ତି, ମନ୍ଦିର ନିର୍ମାଣକାରୀ ସଂଗଠନ ଲୋକଙ୍କ ଆଶା ମୁତାବକ କାମ ନକେଲେ, ବିରୋଧର ସାମ୍ନା କରିପାରେ । ଏପରିକି ଏହି କାର୍ଯ୍ୟର ଅତ୍ୟନ୍ତ ଧିର କାର୍ଯ୍ୟକୁ ମଧ୍ୟ ଅନେକ ପସନ୍ଦ କରୁନାହାଁନ୍ତି । ମନ୍ଦିର ନିର୍ମାଣ କାମ ତ୍ବରାନ୍ବିତ ହେବା ଦରକାର ବୋଲି ସେ କହିଛନ୍ତି ।

ABOUT THE AUTHOR

...view details