ଓଡିଶା

odisha

ETV Bharat / bharat

ନିଆରା ପ୍ରତିବାଦ: 35 ଟଙ୍କାରେ ପିଆଜ ବିକିଲେ ପପୁ ଯାଦବ - jap chief pappu yadav onion price hike protest news

ବିଭିନ୍ନ ସ୍ଥାନରେ ଶହେ ପାର କରିଛି  ପିଆଜ ଦର। ଏଭଳି ସ୍ଥିତିରେ ଜନ ଅଧିକାର ପାର୍ଟି( ଜାପ)ର ମୁଖ୍ୟ ପପୁ ଯାଦବ ବଢୁଥିବା ପିଆଜ ଦର ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।

protest
ଫାଇଲ ଫଟୋ

By

Published : Dec 6, 2019, 1:00 PM IST

ପାଟନା: ବିଭିନ୍ନ ସ୍ଥାନରେ ଶହେ ପାର କରିଛି ପିଆଜ ଦର। ଏଭଳି ସ୍ଥିତିରେ ଜନ ଅଧିକାର ପାର୍ଟି( ଜାପ)ର ମୁଖ୍ୟ ପପୁ ଯାଦବ ବଢୁଥିବା ପିଆଜ ଦର ଏକ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି।

ସେ ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ବାସଭବନ ସାମ୍ନାରେ ପିଆଜ କିଲୋ ପିଛା 35 ଟଙ୍କାରେ ବିକ୍ରି କରିଥିବା ଦେଖିବାକୁ ମିଳିଛି। ଏହା ସହ ସେ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘ଯଦି କେନ୍ଦ୍ର ସରକାର ନ୍ୟାସନାଲ ରେଜିଷ୍ଟର ସିଟିଜେନ ଉପରେ ବିଲ ଆଣି ପାରୁଛନ୍ତି, ତାହେଲେ ପିଆଜକୁ ନେଇ ମଧ୍ୟ ଆଣନ୍ତୁ।’

ସେ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶୱାନଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି, ‘କେନ୍ଦ୍ର ଇନ୍ଧନ ପାଇଁ ସବସିଡି ଦେଇପାରୁଛି ତ ପିଆଜ ପାଇଁ କାହିଁକି ନୁହେଁ? ଲୋକେ ଶସ୍ତାରେ ପିଆଜ କିଣିବା ପାଇଁ କେବେ ଠାରୁ ଅପେକ୍ଷା କରିଛନ୍ତି। ମାତ୍ର ଏହାର ଦର କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି। ଆମେ କେବେ ଭାବିନଥିଲୁ ଯେ ଏପରି ସ୍ଥିତି ଆସିବ।

For All Latest Updates

TAGGED:

ABOUT THE AUTHOR

...view details