ଓଡିଶା

odisha

ETV Bharat / bharat

ବିହାର ନିର୍ବାଚନ: PDAର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ପପୁ ଯାଦବ

ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ​​ନୀତୀଶ କୁମାର, ତେଜସ୍ବୀ ଯାଦବ ଏବଂ ଉପେନ୍ଦ୍ର କୁଶୱାହଙ୍କ ପରେ ବର୍ତ୍ତମାନ ପପୁ ଯାଦବ ।

ପପୁ ଯାଦବ
ପପୁ ଯାଦବ

By

Published : Oct 14, 2020, 5:25 PM IST

ପାଟନା: ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ​​ନୀତୀଶ କୁମାର, ତେଜସ୍ବୀ ଯାଦବ ଏବଂ ଉପେନ୍ଦ୍ର କୁଶୱାହଙ୍କ ପରେ ପ୍ରୋଗ୍ରେସିଭ୍ ଡେମୋକ୍ରାଟିକ୍ ଗଠବନ୍ଧନ(PDA) ବର୍ତ୍ତମାନ ଜନ ଅଧିକାର ପାର୍ଟିର ସଂରକ୍ଷକ ତଥା ପୂର୍ବତନ ସାଂସଦ ପପୁ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି।

ଏଥିସହ ପପୁ ଯାଦବ ମଧେପୁରା ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଘୋଷଣା କରାଯାଇଛି। ପ୍ରୋଗ୍ରେସିଭ୍ ଡେମୋକ୍ରାଟିକ୍ ଗଠବନ୍ଧନ(PDA)ରେ ପପୁ ଯାଦବଙ୍କ ଜନ ଅଧିକାର ପାର୍ଟି ଏବଂ ଚନ୍ଦ୍ରଶେଖର ଆଜାଦ ରାବଣଙ୍କ ଆଜାଦ ସମାଜ ପାର୍ଟି ଅନ୍ତର୍ଭୁକ୍ତ।

ଆଜାଦ ସମାଜ ପାର୍ଟି ଅଧ୍ୟକ୍ଷ ଚନ୍ଦ୍ରଶେଖର ଆଜାଦ କହିଛନ୍ତି, ‘ପପୁ ଯାଦବଙ୍କ କାର୍ଯ୍ୟଶୈଳୀ ଜନସାଧାରଣଙ୍କ ସପକ୍ଷରେ ରହିଛି। ବିହାରର ଲୋକେ ଏଥର ଆମ ସହଯୋଗୀ ଦଳକୁ ସୁଯୋଗ ଦେବେ ’ । ଅନ୍ୟପକ୍ଷେ ପିଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ ହେବା ପରେ ପପୁ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ।

ABOUT THE AUTHOR

...view details