ହାଇଦ୍ରାବାଦ: ଆର୍ଥିକ ଅନଟନ ଓ ଦାରିଦ୍ର୍ୟତା ଯେ ମଣିଷକୁ ମରଣ ମୁହଁକୁ ଟାଣିନିଏ, ତାର ଏକ ଉଦାହରଣ ଦେଖିବାକୁ ମିଳିଛି ହାଇଦ୍ରାବାଦର ଅମ୍ବରପେଟରେ । ଗତ ସୋମବାର ଏକ ପଞ୍ଜାବୀ ପରିବାର ନିଜ ପରିବାରର ଆର୍ଥିକ ଅନଟନକୁ ସହି ନପାରି ଆତ୍ମହତ୍ୟା କରିଛନ୍ତି ।
ଆର୍ଥିକ ଅନଟନର କରୁଣ କାହାଣୀ: ବିଷ ପିଇଲେ ସ୍ବାମୀ-ସ୍ତ୍ରୀ ସମେତ 2 ଶିଶୁ - 2 children
ହାଇଦ୍ରାବାଦର ଅମ୍ବରପେଟରେ ରହୁଥିବା ଏକ ପଞ୍ଜାବୀ ପରିବାର ନିଜ ପରିବାରର ଆର୍ଥିକ ଅନଟନକୁ ସହି ନପାରି ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁଯାୟୀ, ପଞ୍ଜାବର ବାସିନ୍ଦା ପୱନ କରବନ୍ଦା ଏବଂ ତାଙ୍କ ପତ୍ନୀ ନିଲମ କରବନ୍ଦା ତାଙ୍କ ଦୁଇ ପୁଅ ନିଖିଲ ଏବଂ ମନୁଙ୍କ ସହ ହାଇଦ୍ରାବାଦର ଅମ୍ବରପେଟରେ ରୁହନ୍ତି । ତେବେ ଦାରିଦ୍ର୍ୟତା କାରଣରୁ ଗତ ସୋମବାର ପୱନ ଏବଂ ତାଙ୍କ ପତ୍ନୀ ନିଜର ଦୁଇ ପୁଅଙ୍କୁ ବିଷ ପିଆଇବା ସହ ନିଜେ ବିଷ ପିଇଥିଲେ ।
ଏହାର ଦୁଇ ଦିନ ପରେ ପଡୋଶୀ ପୱନଙ୍କ ଘରୁ କୌଣସି ଶଦ୍ଦ ଶୁଣିବାକୁ ପାଇ ନଥିବାରୁ ପୋଲିସକୁ ଖବର ଦେଇଥିଲେ । ଗତ ବୁଧବାର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ନିକଟସ୍ଥ ଗାନ୍ଧୀ ମେଡିକାଲକୁ ନେଇଥିଲେ । ଯେଉଁଥିରେ ପୱନ ଏବଂ ନିଲମଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଶିଶୁ ନିଖିଲ ଏବଂ ମନୁ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।