ଓଡିଶା

odisha

ETV Bharat / bharat

ଏକାତ୍ମ ବିଚାରର ବରେଣ୍ୟ ଦୂରଦର୍ଶୀ ପଣ୍ଡିତ ଦୀନଦୟାଲ - pandit-dinadayal-upadhaya

ସଂଘ ବିଚାରରେ ଅନୁପ୍ରାଣୀତ ଦୀନଦୟାଲ 1936 ମସିହାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘରେ କରିଥିଲେ ଯୋଗଦାନ । ଜଣେ ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ 1942ରେ ନିୟୋଜିତ ହୋଇଥିଲେ । ଆଉ ସେହିଦିନୁ ହିଁ ଦେଶ ପାଇଁ ଜୀବନକୁ ସମର୍ପି ଦେଇଥିଲେ ବ୍ରହ୍ମଚାରୀ ଦୀନଦୟାଲ । ଅଧିକ ପଢନ୍ତୁ...

ଏକାତ୍ମ ବିଚାରର ବରେଣ୍ୟ ଦୂରଦର୍ଶୀ ପଣ୍ଡିତ ଦୀନଦୟାଲ
ଏକାତ୍ମ ବିଚାରର ବରେଣ୍ୟ ଦୂରଦର୍ଶୀ ପଣ୍ଡିତ ଦୀନଦୟାଲ

By

Published : Sep 25, 2020, 7:34 PM IST

Updated : Sep 25, 2020, 8:19 PM IST

ହାଇଦ୍ରାବାଦ: ଅଭାବର ଅନ୍ଧାରୀ ଭିତରେ ବିତିଯାଇଛି ସାରା ଜୀବନ । 1916 ମସିହା ଆଜିର ଦିନରେ ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ପଣ୍ଡିତ ଦୀନଦୟାଲ । ଅନାହାର, ଗରିବୀ, ଦୁଃଖ ଆଉ ଦୁର୍ଦ୍ଦଶାର ଦୟନୀୟ ଚିତ୍ରକୁ ଖୁବ ନିକଟରୁ ଦେଖିଛନ୍ତି ସେ । ତିନି ବର୍ଷ ବୟସରେ ପିତାଙ୍କୁ ଓ 7 ବର୍ଷ ବୟସରେ ମାତାଙ୍କୁ ହରାଇଥିଲେ । ପରେ ଦୁଃଖର ସାତ ଦରିଆ ପାର ହୋଇ, ଦୁର୍ଦ୍ଦିନ ଦଉଟି କାଟି, ଜୀବନ ସହ ଜୁଝି ଶିଖିଥିଲେ ଜିଇଁବାର କଳା ।

ଏକାତ୍ମ ବିଚାରର ବରେଣ୍ୟ ଦୂରଦର୍ଶୀ ପଣ୍ଡିତ ଦୀନଦୟାଲ

ସଂଘ ବିଚାରରେ ଅନୁପ୍ରାଣୀତ ଦୀନଦୟାଲ 1936 ମସିହାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘରେ କରିଥିଲେ ଯୋଗଦାନ । ଜଣେ ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ 1942ରେ ନିୟୋଜିତ ହୋଇଥିଲେ । ଆଉ ସେହିଦିନୁ ହିଁ ଦେଶ ପାଇଁ ଜୀବନକୁ ସମର୍ପି ଦେଇଥିଲେ ବ୍ରହ୍ମଚାରୀ ଦୀନଦୟାଲ ।

୧୯୫୩ ମହିହା ଜୁନ‌୍‍ ୨୩ ତାରିଖ । ଜନସଂଘର ସଭାପତି ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜମ୍ମୁ କାଶ୍ମୀର ଜେଲରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ଏହାପରେ ଜନସଂଘର ଅଧକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ପଣ୍ଡିତ ଉପାଧ୍ୟାୟ । ଜଣେ ସୃଜନଶୀଳ ଲେଖକ, ପ୍ରବୀଣ ସାମ୍ବାଦିକ, ନିସ୍ବାର୍ଥପର ସମାଜସେବକ ଓ ନୀତିନିଷ୍ଠ ରାଜନୀତିଜ୍ଞ ଭାବରେ ଅର୍ଜନ କରିଛନ୍ତି ପରିଚୟ । 1968 ମସିହା 11 ତାରିଖରେ ମୋଗଲସରାୟ ରେଳ ଷ୍ଟେସନରୁ ମିଳିଥିଲା ତାଙ୍କର ମୃତଦେହ । ଯାହା ଆଜି ବି ସନ୍ଦିହାନ ହୋଇ ରହିଛି।

ପଣ୍ଡିତ ଉପାଧ୍ୟାୟଙ୍କ ବିଚାରକୁ ପାଥେୟକରି ବଢିଚାଲିଛି ଭାରତୀୟ ଜନତା ପାର୍ଟି । ସଂଘ ପରିବାରରୁ ସୃଷ୍ଟି ଦୀନଦୟାଲ ଉପାଧ୍ୟାୟଙ୍କୁ ଦଳର ଆଦର୍ଶ ବୋଲି ମାନିଆସିଛି ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 25, 2020, 8:19 PM IST

ABOUT THE AUTHOR

...view details