ଓଡିଶା

odisha

ETV Bharat / bharat

କୋରୋନା ବଦଳାଇଛି ଲୋକଙ୍କ ସପିଂ ଅଭ୍ୟାସ - କୋରୋନା ପରେ ଲୋକଙ୍କ ସପିଂ ଅଭ୍ୟାସ

ବର୍ତ୍ତମାନ କିଛି ଦେଶରେ ଲକଡାଉନ କୋହଳ ହୋଇଥିବାବେଳେ ବିଭିନ୍ନ ସପିଂ ମଲ, ଦୋକାନ ବଜାର ଖୋଲିବା ଆରମ୍ଭ କରିଛି । ଲୋକମାନେ ମଧ୍ୟ ଅଳ୍ପ ସଂଖ୍ୟାରେ ବାହାରକୁ ଯିବା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ବଦଳାଇଛି ଲୋକଙ୍କ ସପିଂ ଅଭ୍ୟାସ
କୋରୋନା ବଦଳାଇଛି ଲୋକଙ୍କ ସପିଂ ଅଭ୍ୟାସ

By

Published : May 29, 2020, 10:59 PM IST

ହାଇଦ୍ରାବାଦ: କୋରୋନା ଯୋଗୁଁ ବିଶ୍ବରେ ଅନେକ ପରିବର୍ତ୍ତନ ହୋଇଛି । ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ଆଉ ଲୋକଙ୍କ ସ୍ବଭାବ ମଧ୍ୟ ବଦଳିଯାଇଛି । ଅଧିକ ସତର୍କ ହେବା ସହ ଓ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ବିଷୟରେ ତରବରିଆ ନିଷ୍ପତ୍ତି ନେଉନାହାନ୍ତି । ଏକ ରିସର୍ଚ୍ଚ ଅନୁସାରେ କୋରୋନା ଲୋକଙ୍କ ସପିଂ ଅଭ୍ୟାସରେ ପରିବର୍ତ୍ତନ ଆଣିଛି ।

ବର୍ତ୍ତମାନ କିଛି ଦେଶରେ ଲକଡାଉନ କୋହଳ ହୋଇଥିବାବେଳେ ବିଭିନ୍ନ ସପିଂ ମଲ, ଦୋକାନ ବଜାର ଖୋଲିବା ଆରମ୍ଭ କରିଛି । ଲୋକମାନେ ମଧ୍ୟ ଅଳ୍ପ ସଂଖ୍ୟାରେ ବାହାରକୁ ଯିବା ଆରମ୍ଭ କରିଛନ୍ତି । କିନ୍ତୁ ସେମାନଙ୍କ ସପିଂ ଅଭ୍ୟାସ ଏବେ ବଦଳିଯାଇଛି । ଏବେ ସପିଂ ପାଇଁ ବାହାରିଲେ ପ୍ରଥମେ ମାସ୍କ ଓ ସାନିଟାଇଜରକୁ ଗୁରୁତ୍ବ ଦିଆଯାଉଛି । ସେହିପରି ଖୁବଶୀଘ୍ର ଅଳ୍ପ ଜିନିଷ ନେଇ କିପରି ଆସିବେ ଲୋକଙ୍କୁ ସେ ଚିନ୍ତା ଘାରୁଛି । ସୁରକ୍ଷିତ ଓ ସହଜରେ ଜିନିଷ କିଣିବା ଉପରେ ଗୁରୁତ୍ବ ଦେଉଛନ୍ତି ।

ସେହିପରି ମଲ ଏବେ ଲୋକଙ୍କୁ ନୂଆ ନୂଆ ଲାଗୁଛି । ପ୍ରବେଶ ଦ୍ବାରରେ ସ୍କ୍ରିନିଂ କରିବା ସହ ଅନ୍ୟାନ୍ୟ ସୁରକ୍ଷିତ ବ୍ୟବସ୍ଥା ଆପଣାଯାଇଛି । ଆଗ ଭଳି ଖୋଲାଖୋଲି କିଣିବାରେ ସାମାନ୍ୟ ସମସ୍ୟା ସୃଷ୍ଟି କରୁଛି । ବଡ ବଡ ମଲ ଭିତରକୁ ଅଳ୍ପ ସଂଖ୍ୟକ ଲୋକଙ୍କୁ ଛଡା ଯାଉଛି । ବହୁତ ଲୋକଙ୍କୁ ଫେରାଇ ଦିଆଯାଉଛି ପଛେ ହେଲେ ଭିତରକୁ ବେଶୀ ସଂଖ୍ୟକ ଲୋକଙ୍କୁ ଛାଡୁନାହାନ୍ତି ମଲ କର୍ତ୍ତୃପକ୍ଷ । ସେହିପରି ଲୋକେ ମଧ୍ୟ ଅଳ୍ପ ଜିନିଷ କିଣିବା ସହ ଶୀଘ୍ର ଫେରିଆସିବାକୁ ଚାହୁଁଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ସତ୍ତ୍ବେ ସଂକ୍ରମଣର ଡର ଲୋକଙ୍କୁ ଘାରୁଛି ।

ଆମେରିକାର ଅଧିକାଂଶ ମଲରେ ଏବେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଅନେକ ଦିନ ପରେ ବାହାରିଥିବାରୁ ଲୋକେ ସାମଗ୍ରୀ କିଣୁଛନ୍ତି । ହେଲେ ବେଶୀ ନୁହେଁ । ଯେତିକି ଦରକାର ସେତିକି ଆଣୁଛନ୍ତି । ଏହାସହ ସମସ୍ତେ ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦେଉଛନ୍ତି । ଲୋକଙ୍କଠାରୁ ସମାନ ଦୂରତ୍ବ ବଜାୟ ରଖୁଛନ୍ତି । ପୂର୍ବରୁ ମଲରେ ସମୟ ବିତାଇବା ଏବଂ ଗୁଡାଏ ଜିନିଷ ଦେଖିବା ଲୋକଙ୍କ ଅଭ୍ୟାସ ପାଲଟିଥିଲା । ହେଲେ କୋରୋନା ଯୋଗୁଁ ଲୋକଙ୍କର ଏହି ଅଭ୍ୟାସ ବଦଳିଯାଇଛି ।

ABOUT THE AUTHOR

...view details