ଓଡିଶା

odisha

ETV Bharat / bharat

ହାଇଦ୍ରାବାଦର ଇନ୍ଦିରା ପାର୍କରେ ଖୋଲିଲା ଔଷଧୀୟ 'ପଞ୍ଚତତ୍ତ୍ବ ଉଦ୍ୟାନ' - ହାଇଦ୍ରାବାଦର ଇନ୍ଦିରା ପାର୍କ

ବିଭିନ୍ନ ରୋଗରେ ନିରାକରଣ ପାଇଁ ଲୋକମାନେ ପ୍ରାତଃ ଭ୍ରମଣ କରିଥାନ୍ତି । ତେବେ ହାଇଦ୍ରାବାଦରେ ଥିବା ଇନ୍ଦିରା ପାର୍କରେ ପ୍ରାତଃ ଭ୍ରମଣ ଉଦ୍ଦେଶ୍ୟରେ ଏକ ଔଷଧୀୟ ଧାରଣା ଉପରେ ଆଧାରିତ ପଞ୍ଚତତ୍ତ୍ବ ପାର୍କ ଖୋଲା ଯାଇଛି । ଅଧିକ ପଢନ୍ତୁ...

Panchatatva garden opens in Hyderabad's Indira Park
ହାଇଦ୍ରାବାଦର ଇନ୍ଦିରା ପାର୍କରେ ଖୋଲିଲା ଔଷଧୀୟ 'ପଞ୍ଚାତଦ୍ଭ ଉଦ୍ୟାନ'

By

Published : Nov 15, 2020, 6:28 PM IST

ହାଇଦ୍ରାବାଦ: ସହରର ଇନ୍ଦିରା ପାର୍କରେ ରବିାବର ଏକ ଔଷଧୀୟ ଧାରଣା ଉପରେ ଆଧାରିତ ପଞ୍ଚତତ୍ତ୍ବ ପାର୍କ ଖୋଲା ଯାଇଛି । ତେବେ ଏହିପରି ଆଉ 17 ଟି ପାର୍କ ସହରର ଅନ୍ୟାନ୍ୟ ଅଞ୍ଚରେ ବିକଶିତ କରାଯାଉଥିବା ସୂଚନା ମିଳିଛି ।

ଏହି ପାର୍କଟି ଗୋଟେ ଏକର ଜମିରେ ନିର୍ମାଣ କରାଯାଇଛି । ପଞ୍ଚତତ୍ତ୍ବ ପାର୍କର ଔଷଧୀୟ ବିଶେଷତ୍ବ ରହିଛି । ଚାଲିବା ପାଇଁ ଭିନ୍ନ ଭିନ୍ନ ପଥର ନିର୍ମାଣ କରାଯାଇଛି ଯଥା କନସେପ୍ଟ ୱାକ, ଇନଫିନିଟି ୱାକ( ଏଥିରେ ଚାଲିଲେ ମଧୁମେହ ନିୟନ୍ତ୍ରଣରେ ରହିଥାଏ), କ୍ରିସ-କ୍ରସ ୱାକିଂ, ନବଗ୍ରହ ବନମ, ରାଶି ବନମ, ହର୍ବାଲ ଉଦ୍ୟାନ । 16 ଲକ୍ଷ ଟଙ୍କା ବିନିମୟରେ ଏହି ପାର୍କଟି ନିର୍ମାଣ କରାଯାଇଥିବା ବେଳେ ରବିବାର ମ୍ୟୁନିସିପାଲ ପ୍ରଶାସନ ମନ୍ତ୍ରୀ କେ. ଟି ରାମା ରାଓ ଏହାକୁ ଉଦଘାଟନ କରିଛନ୍ତି । ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନର ବିଭିନ୍ନ ଅଞ୍ଚଳରେ ଏହିଭଳି ଆଉ 17 ଟି ଉଦ୍ୟାନ ଖୋଲା ଯାଉଥିବା ସଂପର୍କରେ ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ରାଓ ସୂଚନା ଦେଇଛନ୍ତି ।

ପଞ୍ଚତତ୍ତ୍ବ ଉଦ୍ୟାନରେ ପ୍ରାତଃ ଭ୍ରମଣ କରିବା ପାଇଁ ପ୍ରକୃତିର 5ଟି ଉପାଦାନକୁ ବ୍ୟବହାର କରି ଏହାକୁ ନିର୍ମାଣ କରାଯାଇଛି । ସେହି 5ଟି ଉପାଦାନ ହେଉଛି ମାଟି, ପାଣି, ନିଆଁ, ପବନ ଓ ଇଥର( ଆନାସ୍ଥେଟିକ ଭାବେ ବ୍ୟବହୃତ ହେଉଥିବା ଏକ ଡ୍ରଗ୍) । ଏହି ଉଦ୍ୟାନକୁ ଏକ ଗୋଲାକାର ଆକୃତିରେ ନିର୍ମାଣ କରାଯାଇଛି ଏବଂ ଏଥିରେ ଚାଲିବା ପାଇଁ ତିଆରି ହୋଇଥିବା ଟ୍ରାକରେ 8ଟି ଉପାଦାନ ବ୍ୟବହୃତ ହୋଇଛି ସେଗୁଡିକ ହେଲା 20ମିଲି ମିଟର, 10ମିମି, 6ମିମିର ଗୋଡି ସହିତ ନଦୀ ପାଖରେ ଥିବା ପଥର, ବାଲି, ଗଛର ବକଳ, କଳା ମାଟି ଓ ପାଣି ।

ଏହି ଚାଲିବା ପଥଟିକୁ ଏପରି ଭାବେ ତିଆରି କରାଯାଇଛି, ଯେଉଁଥିରେ ପ୍ରଥମେ ଚାଲିଲା ବେଳେ କଷ୍ଟ ଅନୁଭବ ହେଉଥିବା ବେଳେ ଧିରେ ଧିରେ ଆଗକୁ ଚାଲିବା ସହିତ ଉପଶମ ମିଳିଥାଏ । ଏହା ଉପରେ ଚାଲିଲେ ଶରୀରରେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ, ଯାହାଦ୍ବାରା ଅନେକ ରୋଗରୁ ଉପଶମ ମିଳିଥାଏ । ବରିଷ୍ଠ ନାଗରିକ, ଆଣ୍ଠୁଗଣ୍ଠି ରୋଗୀ ଓ ଅଧିକ ଦୂରତା ପର୍ଯ୍ୟନ୍ତ ଚାଲିପାରୁନଥିବା ବ୍ୟକ୍ତି ଏହି ପଥ ଉପରେ ଚାଲିଲେ ସେମାନଙ୍କ ଶରୀର ପାଇଁ ଏହା ଭଲ ବୋଲି ଅଧିକାରୀମାନେ କହିଛନ୍ତି ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ, ପଞ୍ଚାତଦ୍ଭ ଉଦ୍ୟାନର ପଥରେ ଚାଲିବା ଦ୍ବାରା ଅନିଦ୍ରା, ଦୃଷ୍ଟି ଶକ୍ତି, ସ୍ନାୟୁ ପ୍ରଣାଳୀ, ରୋଗ ପ୍ରତିରୋଧକ ଶକ୍ତି, ଋତୁସ୍ରାବ, ହୃଦ୍‌ରୋଗ ଏବଂ ହରମୋନ୍ ଆଦି ସହ ଜଡିତ ରୋଗରୁ ରକ୍ଷା ମିଳିଥାଏ । ଏହାସହିତ ରକ୍ତଚାପ ବଜାୟ ରହିବ, ମନ ସଫା ରହିବା ସହିତ ମନୋବଳ ମଧ୍ୟ ଦୃଢ ହୋଇପାରିବ ।

ହାଇଦ୍ରାବାଦର ସୁରାରାମ, ଅଜନ୍ନଗୁଡା ଓ ନାଡ଼େରଗୁଳା ଅଞ୍ଚଳରେ ଥିବା ଜଙ୍ଗଲୀ ଅଞ୍ଚଳରେ ତିନୋଟି ମୁଖ୍ୟ ଉଦ୍ୟାନ ନିର୍ମାଣ କରାଯାଉଛି ଏବଂ ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପ୍ରର୍ଯ୍ୟାୟରେ ବୋଲି ସୂଚନା ମିଳିଛି । ସହରର 67 ଏକର ଜମିରେ ରହିଥିବା ଇନ୍ଦିରା ପାର୍କକୁ ଜାତୀୟକରଣ କରିବା ପାଇଁ ଏହାକୁ ନବୀକରଣ ଏବଂ ବିକଶିତ କରାଯାଉଛି । ତେବେ ଏଥିଲାଗି ଏଯାବତ୍‌ 4କୋଟି ଟଙ୍କା ବିନିଯୋଗ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details