ଓଡିଶା

odisha

ETV Bharat / bharat

ପାଲଘରରେ ସାଧୁଙ୍କୁ ପିଟିପିଟି ମାରିଦେବା ଘଟଣା: ଗିରଫ ଅଭିଯୁକ୍ତଙ୍କ ଜାମିନ ଖାରଜ

ମହାରାଷ୍ଟ୍ର ପାଲଘରରେ 2 ଜଣ ସାଧୁ ଓ ସେମାନଙ୍କ ଡ୍ରାଇଭରଙ୍କୁ ପିଟିପିଟ ମାରିଦେବା ଘଟଣାରେ ଥାନେର ଏକ ସ୍ପେଶାଲ କୋର୍ଟରେ ଶୁଣାଣି କରାଯାଇଛି । ଶୁଣାଣି କରି ଅଦାଲତର ବିଚାରପତି ଅଭିଯୁକ୍ତଙ୍କୁ ଜାମିନକୁ ଖାରଜ କରି ଦେଇଛନ୍ତି । ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 3 ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଅଧିକ ପଢନ୍ତୁ...

ପାଲଘରରେ ସାଧୁଙ୍କୁ ପିଟିପିଟି ମାରିଦେବା ଘଟଣା: ଗିରଫ ଅଭିଯୁକ୍ତଙ୍କ ଜାମିନ ଖାରଜ
ପାଲଘରରେ ସାଧୁଙ୍କୁ ପିଟିପିଟି ମାରିଦେବା ଘଟଣା: ଗିରଫ ଅଭିଯୁକ୍ତଙ୍କ ଜାମିନ ଖାରଜ

By

Published : Oct 22, 2020, 8:00 PM IST

Updated : Oct 22, 2020, 8:19 PM IST

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ 2 ଜଣ ସାଧୁ ଓ ତାଙ୍କ ଡ୍ରାଇଭରଙ୍କୁ ପିଟିପିଟି ମାରିଦେବା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି । ଥାନେ ଜିଲ୍ଲାର ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ଶୁଣାଣି କରି ଗିରଫ ହୋଇଥିବା 101 ଅଭିଯୁକ୍ତଙ୍କ ଜାମିନ ଖାରଜ କରିଦେବା ସହ ପରବର୍ତ୍ତୀ ଶୁଣାଣିକୁ ନଭେମ୍ବର 3କୁ ଘୁଞ୍ଚାଇ ଦେଇଛନ୍ତି ।

ତେବେ ମାମଲାର ଅନୁସନ୍ଧାନକାରୀ ଅଧିକାରୀଙ୍କ ଅନୁପସ୍ଥିତି କାରଣରୁ ବିଚାରପତି ପିପି ଯାଦବ ଶୁଣାଣିକୁ ସ୍ଥଗିତ ରଖିଥିବା ଜଣାପଡିଛି । ସ୍ବତନ୍ତ୍ର ସରକାରୀ ଓକିଲ ସତୀଶ ମନେଶିନ୍ଦେ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ହୋଇଥିବା ଜାମିନ ଆବେଦନକୁ ବିରୋଧ କରି ପ୍ରତ୍ୟେକ ଅଭିଯୁକ୍ତଙ୍କ ଭୂମିକା ଏବଂ ସେମାନଙ୍କର କଲ୍ ଡାଟା ରେକର୍ଡ ଅଦାଲତ ସମ୍ମୁଖରେ ରଖିଥିଲେ ।

ସେହିପରି ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ୍ ଅମୃତ ଅଧିକାରୀ ଏଫ୍ଆଇଆର୍ ସେମାନଙ୍କ ନାମକୁ ଆକ୍ରମଣକାରୀ ଭାବରେ ଉଲ୍ଲେଖ କରୁନାହିଁ ଏବଂ ଏହି ଘଟଣାରେ ସେମାନଙ୍କର ସମ୍ପୃକ୍ତି ସନ୍ଦେହଜନକ ବୋଲି ଯୁକ୍ତି ବାଢିଥିଲେ । ତେବେ ଅଭିଯୁକ୍ତଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନରେ ଉଲ୍ଲେଖ ରହିଛି ଯେ, "ଏହି ଆବେଦନକାରୀଙ୍କ ପଚରାଉଚରା ଶେଷ ହୋଇସାରିଛି ଏବଂ ତଦନ୍ତ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ଜେଏମଏଫସି କୋର୍ଟରେ ଚାର୍ଜସିଟ ମଧ୍ୟ ଦାଖଲ କରାଯାଇଛି । ତେଣୁ ଏଭଳି ପରିସ୍ଥିତିରେ ସେମାନଙ୍କୁ ଗିରଫ କରି ରଖିବା ଉଚିତ ନୁହେଁ।"

ଅନୟପଟେ ଘଟଣାରେ ପ୍ରାଣ ହରାଇଥିବା ଦୁଇ ସାଧୁଙ୍କ ପରିବାର ପକ୍ଷରୁ ଆଡଭୋକେଟ ପ୍ରମୋଦ ଓଝା କହିଛନ୍ତି ଯେ, ମୋଟାମୋଟି ଭାବେ ହତ୍ୟା, ସଶସ୍ତ୍ର ଦଙ୍ଗା ଏବଂ ଅନ୍ୟାନ୍ୟ ଅଭିଯୋଗ ସହ ଜଡିତ 3ଟି ଏଫ୍ଆଇଆର୍ ଏହି ଘଟଣାରେ ପଞ୍ଜୀକୃତ ହୋଇଛି ।

ସୂଚନା ଅନୁଯାୟୀ ଏପ୍ରିଲ୍ 16 ରେ ପାଲଘରର ଗାଡଚିଞ୍ଚଲେ ଗ୍ରାମରେ ଦୁଇଜଣ ସାଧୁ ଏବଂ ସେମାନଙ୍କ ଡ୍ରାଇଭର ସୁରଟର ଏକ ସୁଧିକ୍ରିୟାରେ ଯୋଗଦେବାକୁ ଯାଉ ଥିବାବେଳେ ସେମାନଙ୍କୁ ଚୋର ବୋଲି ସନ୍ଦେହ କରି ପିଟପିଟି ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିଲା । ପରେ ଘଟଣାକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଇଥିଲା । ବର୍ତ୍ତମାନ ମାମଲାରେ ସମ୍ପୃକ୍ତ ଥିବା ଦୁଇ ନାବାଳକ ସମେତ 128 ଜଣ ବ୍ୟକ୍ତି ନ୍ୟାୟିକ ହେପାଜତରେ ଅଛନ୍ତି । ବୁଧବାର ଏହି ମାମଲାରେ ଅତି କମରେ 24 ଜଣଙ୍କୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2020, 8:19 PM IST

ABOUT THE AUTHOR

...view details