ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣିଥରେ ପୁଲୱାମା ଭଳି ଆକ୍ରମଣର ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ବୁରହାନ୍ ୱାନିର ମୃତ୍ୟୁ ବାର୍ଷିକୀରେ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନୀ ଆତଙ୍କବାଦୀ ଏହି ଆକ୍ରମଣର ଷଡଯନ୍ତ୍ର ରଚୁଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ଆତଙ୍କବାଦୀ ଚଳିତ ଥର ଆଇଇଡି ଏବଂ ସ୍ନାଇପର ଗନରେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିପାରନ୍ତି । ଗୁଇନ୍ଦା ବିଭାଗରୁ ଏଭଳି ସୂଚନା ମିଳିବା ପରେ ହାଇ ଆଲର୍ଟ ଜାରି କରାଯାଇଛି ।
ପୁଣି ହେବ ପୁଲୱାମା ଭଳି ଆକ୍ରମଣ ! - ied
ଆତଙ୍କବାଦୀ ବୁରହାନ୍ ୱାନିର ମୃତ୍ୟୁ ବାର୍ଷିକୀରେ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ରଚୁଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ।
ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଚଳିତଥର ମଧ୍ୟ ପୁଲୱାମା ଭଳି ବଡ ଧରଣର ଆକ୍ରମଣ ଯୋଜନା କରିଛନ୍ତି । ପାକିସ୍ତାନୀ ଆତଙ୍କବାଦୀ ନ୍ୟାସନାଲ୍ ହାଇୱେରେ ସୁରକ୍ଷାକର୍ମୀଙ୍କ ଉପରକୁ ସ୍ନାଇପର ଗନ୍ରେ ଆକ୍ରମଣ କରିପାରନ୍ତି । ଏହାବ୍ୟତୀତ ସେମାନେ ଆଇଇଡି ବିସ୍ଫୋରଣ କରି ଭାରତୀୟ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିପାରନ୍ତି । ତେବେ 6 ରୁ 7 ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଏହି ଆକ୍ରମଣର ଦାୟିତ୍ବ ଦିଆଯାଇଥିବା ଜଣାପଡିଛି । ଆତଙ୍କବାଦୀଙ୍କ ଏହି ଟିମ୍ରେ ଜଣେ ସ୍ନାଇପର ଏକ୍ସପର୍ଟ ମଧ୍ୟ ରହିଛି । ସେମାନେ କାଶ୍ମୀରରେ ନିଜ ନାମ ପରିବର୍ତ୍ତନ କରି ସାଧାରଣ ଲୋକଙ୍କ ମଧ୍ୟରେ ଲୁଚି ରହିଥିବା ଗୁଇନ୍ଦା ସୂଚନାରୁ ଜାଣିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ୨୦୧୬ ଜୁଲାଇ ୮ ରେ ଆତଙ୍କବାଦୀ ବୁରହାନ ୱାନିକୁ ସୁରକ୍ଷାକର୍ମୀ ଏକ ଅପରେଶନରେ ନିପାତ କରିଥିଲେ । ଏହା ପରେ 2018 ଫେବୃଆରୀ 14 ରେ ଆତଙ୍କବାଦୀମାନେ ପୁଲୱାମାରେ ସିଆରପିଏଫଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ 40 ଜଣ ଯବାନ ଶହୀଦ ହୋଇଥିଲେ ।