ଓଡିଶା

odisha

ETV Bharat / bharat

ଭଲ ପାଇବା ଆଗରେ ସିଂହବି ହାର ମାନେ.... - ସିଂହ

ସ୍ନେହ ଓ ଭଲଭାଇବା ଦେଲେ କେହିବି ନିଜର ହୋଇଯାଆନ୍ତି । ସେ ଯେତେବଡ ହିଂସ୍ର ଜନ୍ତୁ ହେଇଥାଉନା କାହିଁକି । ଆଉ ଭଲ ପାଇବା ହିଁ ପରସ୍ପରକୁ ବାନ୍ଧି ରଖେ ଏକ ଅଦୃଶ୍ୟ ଡୋରରେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : May 30, 2019, 12:19 AM IST

ଇସଲାମବାଦ: ମଣିଷ ଟିକେ ବିଳାସପୂର୍ଣ୍ଣ ଜୀବନ ବିତେଇବାକୁ ପସନ୍ଦ କରିଥାଏ । ସେଥିପାଇଁ ସେ ତା ଖୁସି ପୂରଣ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥାଏ । ସାଧାରଣତଃ ସେ ନିଜ ସଉକ ପାଇଁ କୁକୁର, ବିଲେଇ, ଶୁଆ, ଶାରୀ ଆଦିଙ୍କୁ ଘରେ ପାଳିଥାଏ । କିନ୍ତୁ କେବେ ଶୁଣିଛନ୍ତିକି କେହି ନିଜ ଘରେ ସିଂହକୁ ଗୃହପାଳିତ ପଶୁ ଭାବେ ପାଳିବା । କଥାଟା ଅଜବ ଲାଗୁଥିଲେ ମଧ୍ୟ ସତ ।

ଏଭଳି ଜଣେ ବ୍ୟକ୍ତି ଯିଏକି ସିଂହ ସହିତ ବେଡରେ ଶୋଇବା ଠାରୁ ଆରମ୍ଭ କରି ମର୍ଣ୍ଣିଂ ଓ୍ବାକରେ ଯାଇଥାନ୍ତି । ସେହି ବ୍ୟକ୍ତି ଜଣଙ୍କ ହେଲେ ପାକିସ୍ତାନର ଜୁଲକୈଫ ଚୌଧୁରୀ । ସେ ପେଶାରେ ଜଣେ ବ୍ୟବସାୟୀ ହୋଇଥିବାବେଳେ, ତାଙ୍କର ମୁଲତାନରେ ଏକ ରେସ୍ତୋରାଁ ରହିଛି । ତେବେ ଖାଲି ଜୁଲକୈଫ ନୁହନ୍ତି ତାଙ୍କ ପରିବାରର ସମସ୍ତ ସଦସ୍ୟ ସିଂହ ସହିତ ଅତି ନିକଟର । ତାଙ୍କର 2 ବର୍ଷର ଏକ ପୁଅ ମଧ୍ୟ ଭୟ ନକରି ସିଂହ ସହ ଖେଳ ବୁଲା କରିଥାଏ ।

ତେବେ ଉକ୍ତ ସିଂହର ନାଁ ରହିଛି ବବର । ବବର କେବେ ହେଲେ ଜଞ୍ଜିରରେ ବନ୍ଧା ହୁଏନାହିଁ ସେ ଘର ଭିତରେ ଖୋଲାରେ ବୁଲୁଥାଏ । ଆଉ ଆଜି ପର୍ଯ୍ୟନ୍ତ ସେ କାହାର କିଛି କୌଣସି କ୍ଷତି କରିନଥିବା କହିଛନ୍ତି ଜୁଲକୈଫ । ପାକିସ୍ତାନର ଏକ ଗଣମାଧ୍ୟମର ଖବର ଅନୁଯାୟୀ, ସେ ସିଂହଟିକୁ 3 ଲକ୍ଷ ଟଙ୍କା ବନିମୟରେ କିଣିଥିଲେ । କିନ୍ତୁ ଏବେ ସିଂହଟିର ଲାଳନପାଳନରେ ପ୍ରତ୍ୟେକ ମାସରେ 2 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ସିଂହଟିକୁ ଘରେ ରଖିବା ପାଇଁ ଜୁଲକୈଫ ଚୌଧୁରୀ ରିଲେଭାଣ୍ଟ ଡିପାର୍ଟମେଣ୍ଟ ଠାରୁ ଅନୁମତି ଆଣିଛନ୍ତି ।

ସିଂହଟିକୁ ସେ କିଣିକି ଆଣିବା ବେଳେ ତାର ବୟସ ମାତ୍ର 2 ମାସ ହୋଇଥିଲା । ଏବେ ସେ 8 ମାସର ହୋଇଯାଇଥିବାବେଳେ ପରିବାର ସହ ଏକ ସଦସ୍ୟ ଭଳି ରହୁଛି । ଆଉ ଯେବେଠାରୁ ବବର ତାଙ୍କ ଘରକୁ ଆସିଛି ସେବେଠାରୁ ତାକୁ ଦେଖିବା ସହ ତା ସାଥିରେ ସେଲଫି ନେବାପାଇଁ ଆଖପାଖ ଲୋକଙ୍କର ଭିଡ ଲାଗୁଛି ।

ABOUT THE AUTHOR

...view details