ଇସଲାମାବାଦ: ଆପଣ ନିଜ ଚାରିପାଖରେ ଅନେକ ଅଜବ ଗଜବ ଘଟଣାମାନ ଦେଖୁଥିବେ । ଆଉ ଏହି ଘଟଣା ସବୁ ପାକିସ୍ତାନରେ ଘଟିବା କିଛି ବଡ କଥା ନୁହେଁ । ଏହିଭଳି କିଛି କାରନାମା କରି ନିଜ ଆଡକୁ ସର୍ବଦା ଧ୍ୟାନ ଆର୍କଷିତ କରିଥାଏ ପାକିସ୍ତାନ । ତେବେ ସେମିତି କିଛି ମଜାଦାର ଘଟଣା ପୁଣି ଦେଖିବାକୁ ମିଳିଛି ଏଠାରେ । ଯାହାର ଭିଡିଓ ଏବେ ଖୁବ୍ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ପୁରା ଘଟଣା ହେଉଛି, ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ବାଇକରେ ଗାଈକୁ ବସାଇ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ, ଏହି ଭିଡିଓଟି ହେଉଛି ପାକିସ୍ତାନର । ଏହି ଭିଡିଓରେ ଆପଣ ଦେଖିପାରିବେ ଜଣେ ବ୍ୟକ୍ତି କେଉଁଭଳି ଭାବରେ ଗୋଟିଏ ଗାଈକୁ ନିଜ ସିଟ୍ ଆଗରେ ବସାଇ ନେଉଛନ୍ତି । ଯାହାର ଭିଡିଓ ପାଖରେ ଥିବା ଏକ ବ୍ୟକ୍ତି ବନାଇଛନ୍ତି ।
ଡ୍ରାଇଭର ସିଟ୍ରେ ଗୋମାତା, ଭିଡିଓ ଭାଇରାଲ - video viral
ଏକ ଭିଡିଓରେ ଜଣେ ବ୍ୟକ୍ତି ନିଜ ବାଇକର ଆଗ ସିଟରେ ଗାଈକୁ ବସାଇ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ, ଏହି ଭିଡିଓଟି ହେଉଛି ପାକିସ୍ତାନର । ଯାହାର ଭିଡିଓ ଏବେ ଖୁବ୍ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଯେଉଁ ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କିଛି ଲୋକ ଏହି ଭିଡିଓକୁ ନେଇ ମଜାକ ଉଡାଉଥିବାବେଳେ ଆଉ କେହି ଡ୍ରାଇଭିଙ୍ଗ୍ ନିୟମ ଏବଂ ପଶୁ ସୁରକ୍ଷା କାନୁନର ବିରୋଧ ବୋଲି କହିଛନ୍ତି ।