ଓଡିଶା

odisha

ETV Bharat / bharat

'ପାକିସ୍ତାନ-ବାଂଲାଦେଶର ଅବୈଧ ଶରଣାର୍ଥୀଙ୍କୁ ଦେଶରୁ ବାହାର କରିଦେବା ଉଚିତ' - ପାକିସ୍ତାନ-ବାଂଲାଦେଶର ଅବୈଧ ଶରଣାର୍ଥୀଙ୍କୁ ଦେଶରୁ ବାହାର କରିବାକୁ ପରାମର୍ଶ ଦେଲେ ରାଜ ଠାକରେ

ନାଗରିକତା ସଂଶୋଧନ ଆଇନ(ସିଏଏ) ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ ଠାକରେ। ଜାଣନ୍ତୁ ସେ କ'ଣ କହିଛନ୍ତି...

raj thackeray on CAA
ଫଟୋ ସୌଜନ୍ୟ: ଏଏନଆଇ

By

Published : Dec 21, 2019, 4:46 PM IST

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ(ସିଏଏ) ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ। ପାକିସ୍ତାନ ଏବଂ ବାଂଲାଦେଶର ଅବୈଧ ଶରଣାର୍ଥୀଙ୍କୁ ଦେଶରୁ ବାହାର କରିଦେବା ଉଚିତ। ସେମାନେ ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି ସେମାନଙ୍କୁ ଦେଶରେ ରଖିବା ଅନୁଚିତ ବୋଲି ସେ।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଜ ଠାକରେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ଦେଶର ବୋଝ ବଢାଇବ। ଏହା ଦ୍ବାରା ସରକାର ନିଜ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଅକ୍ଷମ ହେବେ। ଭାରତ ଧର୍ମଶାଳା ନୁହେଁ। ବାଂଲାଦେଶ ଏବଂ ପାକିସ୍ତାନରୁ ଆସୁଥିବା ଲୋକଙ୍କୁ ଦେଶରୁ ବାହାର କରିଦେବା ଉଚିତ। ଭାରତ ମାନବତାର ଠିକା ନେଇ ନାହିଁ ନଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ସାମ୍ପ୍ରଦାୟିକ କୋଣରୁ ଦେଖିବା ଅନୁଚିତ। ଏହାକୁ ହିନ୍ଦୁ-ମୁସଲମାନ ପ୍ରସଙ୍ଗ ଭାବରେ ନେବା ଅନୁଚିତ। ଯେଉଁମାନେ ବାହାରୁ ଆସୁଛନ୍ତି, ସେମାନଙ୍କୁ ଦେଶରୁ ବାହାର କରିଦେବା ଉଚିତ।

ABOUT THE AUTHOR

...view details