ଓଡିଶା

odisha

By

Published : Sep 2, 2019, 9:58 PM IST

ETV Bharat / bharat

ପରମାଣୁ ଯୁଦ୍ଧକୁ ନେଇ ପାକିସ୍ତାନର ୟୁ-ଟର୍ଣ୍ଣ

ଭାରତ ଉପରେ ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ନିଜ ବୟାନରେ ୟୁ-ଟର୍ଣ୍ଣ ମାରିଛନ୍ତି । ପାକିସ୍ତାନ ଭାରତ ବିରୋଧରେ ପ୍ରଥମେ ପରମାଣୁ ଅସ୍ତ୍ରର ବ୍ୟବହାର କରିବ ନାହିଁ ବୋଲି କହିଛନ୍ତି ଇମ୍ରାନ।

ଫଟୋ ସୌଜନ୍ୟ: ଏଏନଆଇ

ଇସଲାମାବାଦ: ବଦଳିଲା ପାକିସ୍ତାନର ସ୍ବର । ଭାରତ ଉପରେ ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ନିଜ ବୟାନରୁ ୟୁ-ଟର୍ଣ୍ଣ ମାରିଛନ୍ତି । ପାକିସ୍ତାନ, ଭାରତ ବିରୋଧରେ ପ୍ରଥମେ ପରମାଣୁ ଅସ୍ତ୍ରର ବ୍ୟବହାର କରିବ ନାହିଁ ବୋଲି କହିଛନ୍ତି ଇମ୍ରାନ।

ସୋମବାର ଲାହୋରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିଖ୍ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏହି ସମୟରେ ସେ କହିଛନ୍ତି, ପାକିସ୍ତାନ ପ୍ରଥମେ ପରମାଣୁ ଅସ୍ତ୍ରର ବ୍ୟବହାର କରିବ ନାହିଁ । ଭାରତ ଏବଂ ପାକିସ୍ତାନ ଉଭୟ ଦେଶ ପାଖରେ ପରମାଣୁ ଶକ୍ତି ରହିଛି । କିନ୍ତୁ ଏହାର ବ୍ୟବହାର ବିଶ୍ବ ପାଇଁ କ୍ଷତିକାରକ ବୋଲି ଇମ୍ରାନ କହିଛନ୍ତି।

ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପର ଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହା ପୂର୍ବରୁ ଇମ୍ରାନ ଖାନ ଅନେକ ଥର ପରମାଣୁ ଆକ୍ରମଣର ଧମକ ଦେଇଥିଲେ।

ABOUT THE AUTHOR

...view details