ଶ୍ରୀନଗର:ସୀମାରେ ପାକ୍ ର ଅସ୍ତ୍ରବିରତୀ ଉଲ୍ଲଂଘନ । ଗୁଳିଚଳାଇବା ସହ ମୋର୍ଟାର ମାଡ କରିଛି ପାକ ସେନା । ତେବେ ଗୁରୁବାର ମଧ୍ୟରାତ୍ରିରେ ଏଲଓସିର ଦେଗୱର ପୁଞ୍ଚର ମାଲତି ସେକ୍ଟରରେ ଏହି ଗୁଳିବିନିମୟ ହୋଇଛି।
ସୀମାରେ ଅଶାନ୍ତି, ମାଲତି ସେକ୍ଟରରେ ପାକ୍ର ଅସ୍ତ୍ରବିରତୀ ଉଲ୍ଲଂଘନ - ପୁଞ୍ଚର ମାଲତି ସେକ୍ଟରରେ ଅସ୍ତ୍ରବିରତୀ ଉଲ୍ଲଙ୍ଘନ
ସୁଧୁରୁନି ପାକିସ୍ତାନ । ବାରମ୍ବାର ତାଗିଦ ପରେ ମଧ୍ୟ ସୀମାରେ ଅଶାନ୍ତି ସୃଷ୍ଟି କରୁଛି । ସୀମାରେ ପାକ୍ର ଅସ୍ତ୍ରବିରତୀ ଉଲ୍ଲଂଘନ । ଛୋଟ ଅସ୍ତ୍ରରେ ଗୁଳିଚଳାଇବା ସହ ମୋର୍ଟାର ମାଡ କରିଛନ୍ତି ପାକ୍ ସେନା ।

ସୀମାରେ ଅଶାନ୍ତି, ମାଲତି ସେକ୍ଟରରେ ପାକ୍ ର ଅସ୍ତ୍ରବିରତୀ ଉଲ୍ଲଙ୍ଘନ
ସେନାର ସୂତ୍ର ଅନୁସାରେ, ଅସ୍ତ୍ରବିରତୀ ଉଲ୍ଲଂଘନ ରାତି ପ୍ରାୟ 10 ସମୟରେ ଆରମ୍ଭ ହୋଇଥିଲା । ପାକ୍ ସୈନ୍ୟଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ ଯବାନ।
ଖବର ଅନୁସାରେ, ଗୁରୁବାର ସନ୍ଧ୍ୟା 5.45 ରେ ପାକିସ୍ତାନ ସେନା ଜାମ୍ମୁ କାଶ୍ମୀରର ନୌଶେରା ସେକ୍ଟରେ ଅସ୍ତ୍ରବୀରତି ଉଲ୍ଲଂଘନ କରିଥିଲେ।