ଶ୍ରୀନଗର: ସୁଧୁରୁନି ପାକିସ୍ତାନ । କେତବେଳେ ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ତ ଆଉ କେତେବେଳେ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି। ଇତିମଧ୍ୟରେ ସୋମବାର ଅନ୍ତରାଷ୍ଟ୍ରୀୟ ସୀମାରେ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାର ମାନକୋଟ ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସୈନ୍ୟ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।
ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ - ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ
ସୋମବାର ଅନ୍ତରାଷ୍ଟ୍ରୀୟ ସୀମାରେ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାର ମାନକୋଟ ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସୈନ୍ୟ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।
![ପୁଞ୍ଛରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ](https://etvbharatimages.akamaized.net/etvbharat/prod-images/768-512-11:59:43:1595831383-n-9-14-2707newsroom-1595831322-654.jpg)
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ
ସୋମବାର ସକାଳ 10 ଟା 30 ସମୟରେ ପାକିସ୍ତାନ ପକ୍ଷରୁ ହଠାତ୍ ଗୁଳିଚାଳନା କରାଯିବା ସହ ମୋର୍ଟାର ମାଡ଼ କରାଯାଇଥିଲା। ତେବେ ଭାରତୀୟ ସେନା ଏହାର କଡା ଜବାବ ଦେଉଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେପଟେ ପାକିସ୍ତାନର ଏଭଳି କାର୍ଯ୍ୟକଳାପ ଯୋଗୁଁ ସୀମା ନିକଟବର୍ତ୍ତୀ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।