ଓଡିଶା

odisha

ETV Bharat / bharat

ପୁଣି ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍ - ପୁଞ୍ଚ ଜିଲ୍ଲାରେ ଅସ୍ତ୍ରବିରତି ଉଲଙ୍ଘନ

ନିଜ ବଦମାସି ଛାଡୁନି ପାକିସ୍ତାନ । ଏଲଓସି ନିକଟରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଶୁକ୍ରବାର ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମାନକୋଟ ସେକ୍ଟରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ପୁଣି ପୁଞ୍ଚ ଜିଲ୍ଲାରେ ଅସ୍ତ୍ରବିରତି ଉଲଙ୍ଘନ କଲା ପାକ୍
ପୁଣି ପୁଞ୍ଚ ଜିଲ୍ଲାରେ ଅସ୍ତ୍ରବିରତି ଉଲଙ୍ଘନ କଲା ପାକ୍

By

Published : Sep 11, 2020, 10:56 AM IST

ଶ୍ରୀନଗର: ନିଜ ବଦମାସି ଛାଡୁନି ପାକିସ୍ତାନ । ଏଲଓସି ନିକଟରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଶୁକ୍ରବାର ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମାନକୋଟ ସେକ୍ଟରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଭାରତୀୟ ସେନା ଏକ ବିବୃତ୍ତିରେ କହିଛି ଯେ, ଶୁକ୍ରବାର ସକାଳ ପ୍ରାୟ 8.30 ସମୟରେ ପାକିସ୍ତାନ ଛୋଟ ଅସ୍ତ୍ରରେ ଗୁଳି ଫୁଟାଇ ମାନକୋଟେ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଯାହାର ଯବାବ ଭାରତୀୟ ସେନା ମଧ୍ୟ ଦେଇଛି ।

ସେହିପରି ଗୁରୁବାର ମଧ୍ୟ ପାକିସ୍ତାନ ପୁଞ୍ଚ ଜିଲ୍ଲାର ଏଲଓସି ନିକଟ କୃଷ୍ଣ ଘାଟି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଏହାଛଡା ସେପ୍ଟେମ୍ବର 5ରେ ମଧ୍ୟ ଜାମ୍ମୁକାଶ୍ମୀରର କୁପୱାଡା ଜିଲ୍ଲାର ନୌଗାମ ସେକ୍ଟରରେ ପାକିସ୍ତାନ ସୈନିକଙ୍କ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଯେଉଁଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିଲେ।

ABOUT THE AUTHOR

...view details