ଶ୍ରୀନଗର: କଡା ଚେତାବନୀ ପରେ ସୁଧୁରୁନି ପାକିସ୍ତାନ। ବାରମ୍ବାର ସୀମାରେ ଫୁଟୁଛି ଗୁଳି। ମଙ୍ଗଳବାର ପାକିସ୍ତାନ ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC)ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। 24 ଘଣ୍ଟା ମଧ୍ୟରେ ୟୁନିୟନ ପରିସରରେ ଏହା ହେଉଛି ଦ୍ୱିତୀୟ ଅସ୍ତ୍ରବିରତି ଉଲ୍ଲଂଘନ ।
ବାନ୍ଦିପୋରା ଜିଲ୍ଲାର ବକଟୁର୍ ଗୁରେଜ୍ ଅଞ୍ଚଳରେ ଏହି ଘଟଣା ଘଟିଛି । ଭାରତୀୟ ସେନା ଉପଯୁକ୍ତ ଜବାବ ଦେଇଥିବା ଖବର ମିଳିଛି। ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି।