ଓଡିଶା

odisha

ଖୋଇ ଛାଡୁନି ପାକ୍‌: 8 ମାସରେ 3186 ଥର କରିଛି ଅସ୍ତ୍ରବିରତି ଉଲ୍ଲଂଘନ

By

Published : Sep 19, 2020, 1:17 PM IST

ଭାଙ୍ଗିଲା 17 ବର୍ଷର ରେକର୍ଡ । ଚଳିତବର୍ଷ 8 ମାସ ମଧ୍ୟରେ 3186 ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଅଧିକ ପଢନ୍ତୁ...

8 ମାସରେ 3186 ଥର ଅସ୍ତ୍ରବିରତୀ ଉଲ୍ଲଂଘନ କରିଛି ପାକିସ୍ତାନ
8 ମାସରେ 3186 ଥର ଅସ୍ତ୍ରବିରତୀ ଉଲ୍ଲଂଘନ କରିଛି ପାକିସ୍ତାନ

ଶ୍ରୀନଗର: ଭାରତ-ଚୀନ ସୀମାରେ ସଙ୍ଘର୍ଷ ବୃଦ୍ଧି ପାଇବା ମଧ୍ୟରେ ଗତ 8 ମାସ ମଧ୍ୟରେ (1 ଜାନୁୟାରୀରୁ 7 ସେପ୍ଟେମ୍ବର ପର୍ଯ୍ୟନ୍ତ) ଜମ୍ମୁ-କଶ୍ମୀରରେ ଏଲଓସି ନିକଟରେ ପାକିସ୍ତାନ 3,186 ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। 17 ବର୍ଷ ମଧ୍ୟରେ ଏହା ସବୁଠୁ ଅଧିକ ଥର ଅଟେ । 2003ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସ୍ତ୍ରବିରତି ଚୁକ୍ତି ଭଙ୍ଗ କରିଥିଲେ । ଅସ୍ତ୍ରବିରତି ଉଲ୍ଲଂଘନ ବ୍ୟତୀତ ଜାନୁୟାରୀ 1 ରୁ ଅଗଷ୍ଟ 31 ପର୍ଯ୍ୟନ୍ତ ଜମ୍ମୁ ଅଞ୍ଚଳର ଅନ୍ତର୍ଜାତୀୟ ସୀମାରେ 242 କ୍ରସର ସୀମା ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାୟକ ଏହି ସୂଚନା ଦେଇଛନ୍ତି ।

ତେବେ କେନ୍ଦ୍ରମନ୍ତ୍ରୀ ଗୃହକୁ କହିଛନ୍ତି ଯେ, ଯେତେବେଳେ ବି ଏଭଳି ଘଟଣା ଘଟିଛି, ସେନା ପକ୍ଷରୁ ଏକ କଡା ଜବାବ ଦିଆଯାଇଛି । ଏହା ବ୍ୟତୀତ ଭାରତ ଉପଯୁକ୍ତ ମାଧ୍ୟମ ଏବଂ ଚ୍ୟାନେଲ ବ୍ୟବହାର କରି ପାକିସ୍ତାନୀ ଅଧିକାରୀଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉଠାଇ ବିରୋଧ ପ୍ରଦର୍ଶନ କରିଛି। ଚଳିତ ବର୍ଷ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣାରେ 8 ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ବ୍ୟତୀତ ଦୁଇଜଣ ଆହତ ହୋଇଛନ୍ତି।

ଶୁକ୍ରବାର (18 ସେପ୍ଟେମ୍ବର) ସନ୍ଧ୍ୟାରେ ନିୟନ୍ତ୍ରଣ ରେଖା ନିକଟ ଏକ ଗାଁରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜଣେ ମହିଳା ଆହତ ହୋଇଥିଲେ। ଏହାପୂର୍ବରୁ ଉତ୍ତର କାଶ୍ମୀରର ଗୁରେଜ ସେକ୍ଟରରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ସୀମା ଆର ପାର୍ଶ୍ୱରୁ ମୋର୍ଟାର ମାଡ ହୋଇଥିଲା।

ଚଳିତ ବର୍ଷ ଜୁନ ସୁଦ୍ଧା ପ୍ରଥମ 6 ମାସରେ ମୋଟ 2,432 ଅସ୍ତ୍ରବିରତି ଉଲ୍ଲଂଘନ ରେକର୍ଡ କରାଯାଇଛି। ପରବର୍ତ୍ତୀ ମାସରେ ଅସ୍ତ୍ରବିରତି ଉଲ୍ଲଂଘନ ସଂଖ୍ୟା ହ୍ରାସ ପାଇଛି। ଏହା ପଛରେ ମୂଳ କାରଣ ହେଉଛି ବିଶ୍ୱ କୋଭିଡ ମହାମାରୀ। 3 ଲକ୍ଷ ଲୋକ ପାକିସ୍ତାନରେ କୋରୋନା ଜୀବାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବାବେଳେ, ଭାରତରେ 53 ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। 2019 ମସିହାରେ, ଅସ୍ତ୍ରବିରତି ଉଲ୍ଲଂଘନର ପ୍ରାୟ 2000 ଘଟଣା ରେକର୍ଡ କରାଯାଇଥିଲା ।

ABOUT THE AUTHOR

...view details