ଶ୍ରୀନଗର: ପାକିସ୍ତାନ ସେନା ଚଳିତ ବର୍ଷର ପ୍ରଥମ 7 ମାସରେ ଜମ୍ମୁ କାଶ୍ମୀରରେ ଦିନକୁ ପ୍ରାୟ 13 ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି, ଯେଉଁଥିରେ 8 ଜଣ ସୁରକ୍ଷାକର୍ମୀଙ୍କ ସମେତ 23 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 100 ରୁ ଅଧିକ ଆହତ ହୋଇଛନ୍ତି।
7 ମାସରେ ପାକିସ୍ତାନ ପ୍ରତିଦିନ କରିଛି 13 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ - ଅସ୍ତ୍ରବିରତି ଉଲ୍ଲଙ୍ଘନ
ଗତ 2 ବର୍ଷ 7 ମାସ ଭିତରେ ପାକିସ୍ତାନ ପକ୍ଷରୁ 8 ହଜାର 571 ଅସ୍ତ୍ରବିରତି ଉଲ୍ଲଂଘନ ରାଯାଇଛି । ଅଧିକ ପଢନ୍ତୁ...
ଏକ RTI (ସୂଚନା ଅଧିକାର) ମାଧ୍ୟମରେ ପ୍ରାପ୍ତ ସୂଚନାରୁ ଏହା ପ୍ରକାଶ ପାଇଛି । ଆରଟିଆଇ କାର୍ଯ୍ୟକର୍ତ୍ତା ରମଣ ଶର୍ମାଙ୍କ ଆବେଦନରୁ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଗତ ଦୁଇ ବର୍ଷ ଏବଂ 7 ମାସ ମଧ୍ୟରେ ପାକିସ୍ତାନ ଦ୍ୱାରା 8,571 ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା, ଯେଉଁଥିରେ 56 ସୁରକ୍ଷାକର୍ମୀଙ୍କ ସମେତ 119 ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ 608 ଜଣ ଆହତ ହୋଇଛନ୍ତି।
ଆରଟିଆଇ ଆବେଦନର ଉତ୍ତରରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସୁଲେଖା କହିଛନ୍ତି ଯେ, ଚଳିତବର୍ଷ ଜୁଲାଇ ସୁଦ୍ଧା ପାକିସ୍ତାନୀ ସୈନ୍ୟ ମାନେ 2,952 ଥର ଅସ୍ତ୍ରବିରତି ଉଲ୍ଲଂଘନ କରି 15 ଜଣ ସାଧାରଣ ନାଗରିକ ଏବଂ 8 ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବାବେଳେ 62 ଜଣ ସୁରକ୍ଷା କର୍ମୀ ଏବଂ 38 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।