ଓଡିଶା

odisha

By

Published : May 20, 2020, 4:58 PM IST

ETV Bharat / bharat

ସୁଧୁରୁନି ପାକ୍, ଗୋଟିଏ ଦିନରେ 2 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ

ଜମ୍ମୁ ଓ କାଶ୍ମୀର ପୁଞ୍ଛର 2ଟି ସେକ୍ଟରରେ ପାକିସ୍ତାନ ଗୁଳି ଓ ମୋର୍ଟାର ମାଡ କରିଛି । କିର୍ଣୀ ଓ କସବା ସେକ୍ଟରରେ ଏହି ଗୁଳିମାଡ ହୋଇଛି । ଅଧିକ ପଢନ୍ତୁ...

ସୁଧୁରୁନି ପାକ୍, ଗୋଟିଏ ଦିନରେ 2 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ
ସୁଧୁରୁନି ପାକ୍, ଗୋଟିଏ ଦିନରେ 2 ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ

ଶ୍ରୀନଗର: ଗୋଟିଏ ପଟେ ଦେଶ କୋରୋନା ସହ ମୁକାବିଲା କରୁଥିବାବେଳେ ଅନ୍ୟପଟେ ପାକିସ୍ତାନ ଏହାର ଫାଇଦା ଉଠାଉଛି । ଗତ କିଛି ଦିନ ହେବ ଏହା ଲଗାତାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି । ବୁଧବାର ଗୋଟିଏ ଦିନରେ ଦୁଇ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍ ସେନା ।

ଜମ୍ମୁ ଓ କାଶ୍ମୀର ପୁଞ୍ଛର 2ଟି ସେକ୍ଟରରେ ପାକିସ୍ତାନ ଗୁଳି ଓ ମୋର୍ଟାର ମାଡ କରିଛି । କିର୍ଣୀ ଓ କସବା ସେକ୍ଟରରେ ଏହି ଗୁଳିମାଡ ହୋଇଛି । ଭାରତୀୟ ସେନା ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଇଛି । ତେବେ ପୂର୍ବରୁ ସକାଳ ସାଢେ 9ଟାରେ ପୁଞ୍ଛର କିର୍ଣୀ ଓ ଦେଘୱାର ସେକ୍ଟରରେ ପାକ୍ ସେନା ଗୁଳିମାଡ କରିଥିଲେ । ସୀମାରେ ପାକିସ୍ତାନର ଅକାରଣେ ଅସ୍ତ୍ରବିରତି ଉଲ୍ଲଙ୍ଘନ ଲଗାତାର ବଢିବାରେ ଲାଗିଛି । ମେ ମାସରେ ପ୍ରାୟ 6ରୁ 7 ଥର ପାକ୍ ସେନା ସୀମାରେ ଗୁଳିମାଡ କରିଛନ୍ତି ।

ପୂର୍ବରୁ ଏପ୍ରିଲ ମାସରେ ପାକିସ୍ତାନ ସେନା ଅନେକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଏହାସହ ପାକ୍ ସମର୍ଥିତ ଆତଙ୍କବାଦୀ କାଶ୍ମୀରରେ 2 ଥର ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲେ । ଏନେଇ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରିଥିଲେ । ତଥାପି ପାକ୍ ସୁଧୁରିବାର ନାମ ନେଉନାହିଁ । ଦେଶ କୋରୋନା ଭଳି ବିପଦ ସହ ଲଢୁଥିବାବେଳେ ପାକିସ୍ତାନ ସେନା ଏହାର ଫାଇଦା ଉଠାଉଛି ।

ABOUT THE AUTHOR

...view details