ଓଡିଶା

odisha

ETV Bharat / bharat

ପାକିସ୍ତାନର ବଦମାସୀ, ଭୋରରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ - National

ପୁଲୱାମା ଆକ୍ରମଣ ପରେ ଏପର୍ଯ୍ୟନ୍ତ ପାକିସ୍ତାନ 4 ଥର ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିସାରିଲାଣି। ସୋମବାର ଭୋର 3ଟାର ଏହା ପୁଣି ଗୁଳିମାଡ କରିଛି।

ଫାଇଲ ଫଟୋ

By

Published : Mar 4, 2019, 10:21 AM IST

ଅଖନୁର(ଜମ୍ମୁ ଓ କାଶ୍ମୀର):ଭାରତ ଯେତେ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ଜବାବ ଦେଲେ ମଧ୍ୟ ପାକିସ୍ତାନ ସୁଧୁରୁନି। ନିୟନ୍ତ୍ରଣ ରେଖା(ଏଲଓସି)ରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି। ସୋମବାର ଭୋର ରାତିରୁ ପାକ୍‌ ସେନା ଅଖନୁର ସେକ୍ଟରରେ ଗୁଳିମାଡ କରିଛନ୍ତି।

ରିପୋର୍ଟ ଅନୁସାରେ ଜମ୍ମୁ ଓ କାଶ୍ମୀରର ଅଖନୁର ସେକ୍ଟରରେ ଭୋର 3ଟାରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି । ଭାରତୀୟ ସେନାକୁ ଲକ୍ଷ୍ୟ କରି ଏହି ଗୁଳିମାଡ ହୋଇଥିଲା। ତେବେ ଭାରତୀୟ ଯବାନ ଏହାର ସଠିକ ଜବାବ ଦେଇଛନ୍ତି । ପାକିସ୍ତାନ ଗୁଳିମାଡ କରିବା ପରେ ଭାରତୀୟ ସେନା ମଧ୍ୟ ଜବାବରେ ଗୁଳି ଚଳାଇଥିଲେ ।

ସୂଚନାନୁସାରେ ସକାଳ 6ଟା 30 ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଏହି ଗୁଳି ବିନିମୟ ଚାଲିଥିଲା । ଏହାପରେ ଏହା ବନ୍ଦ ହୋଇଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ଆକ୍ରମଣ ପରେ ଏପର୍ଯ୍ୟନ୍ତ ପାକିସ୍ତାନ 4 ଥର ଏଲଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିସାରିଲାଣି।

ABOUT THE AUTHOR

...view details