ଶ୍ରୀନଗର: କିଛି ଦିନ ବ୍ୟବଧାନ ପରେ ପୁଣି ସୀମାରେ ଅଶାନ୍ତି ସୃଷ୍ଟି କରିଛି ପାକିସ୍ତାନ । ଶନିବାର ରାତିରେ ସୀମାରେ ଗୁଳିମାଡ କରିଛି ପାକ୍ ସେନା । ସେହିପରି ଛୋଟ ଛୋଟ ମୋର୍ଟାର ମଧ୍ୟ ମାଡ କରିଛି ।
ସୂଚନାନୁସାରେ ଜମ୍ମୁ ଓ କାଶ୍ମୀରରେ କୋରୋନା ଆକ୍ରାନ୍ତ ବଢି ଚାଲିଥିବାବେଳେ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଛି ପାକିସ୍ତାନ । ସୀମାରେ କିଛି ଦିନର ନୀରବତା ପରେ ପୁଣି ଗୁଳିମାଡ କରିଛି । ରାତି ପ୍ରାୟ 7ଟା 45ରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍ । ପୁଞ୍ଚ ଜିଲ୍ଲାରେ ଖରି ଖରମାରାର ସୀମାରେ ଏହା ଗୁଳିମାଡ କରିଛି । ଭାରତୀୟ ସେନା ପକ୍ଷରୁ ଏହାର ଦୃଢ ଜବାବ ଦିଆଯାଇଛି । ତେବେ ଏପ୍ରିଲ ଓ ମେ ମାସରେ ପାକିସ୍ତାନ ଅନେକ ଥର ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ।