ଓଡିଶା

odisha

ETV Bharat / bharat

ରଙ୍ଗର ପର୍ବରେ ରକ୍ତର ହୋରି ଖେଳିଲା ପାକ୍ - encounter

ହୋଲି ଭଳି ରଙ୍ଗର ପର୍ବରେ, ରକ୍ତର ହୋରି ଖେଳିଲା ପାକିସ୍ତାନ। ଉତ୍ସବ ମୁଖର ସାରା ଭାରତକୁ ପଛପଟୁ ପୁଣି ଛୁରା ମାରିଲା ପଡୋଶୀ ଦେଶ। ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗୁରୁବାର ଅସ୍ତ୍ରବିରାମ ଉଲ୍ଲଙ୍ଘନ କରିଛି। ଏଥିରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି।

ପଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 21, 2019, 11:58 PM IST

Updated : Mar 22, 2019, 7:27 AM IST

ଶ୍ରୀନଗର: ହୋଲି ଭଳି ରଙ୍ଗର ପର୍ବରେ, ରକ୍ତର ହୋରି ଖେଳିଲା ପାକିସ୍ତାନ। ଉତ୍ସବ ମୁଖର ସାରା ଭାରତକୁ ପଛପଟୁ ପୁଣି ଛୁରା ମାରିଲା ପଡୋଶୀ ଦେଶ। ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗୁରୁବାର ଅସ୍ତ୍ରବିରାମ ଉଲ୍ଲଙ୍ଘନ କରିଛି । ଏଥିରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି।

ସେପଟେ ବାରାମୁଲା, ସୋପାର ଏବଂ ବାନ୍ଦିପୁରାରେ ଆତଙ୍କବାଦୀଙ୍କ ସହ ସୁରକ୍ଷାବଳଙ୍କ ଗୁଳିବିନିମୟ ଜାରି ରହିଛି। ତେବେ ସୋପାରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ହମଲାରେ ତିନି ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଉତ୍ତର କାଶ୍ମୀରିର ସୋପାର ହଫାୟାବାଦ ଇଲାକାରେ ଏକ ଗ୍ରେନେଡ୍ ହମଲାରେ ତିନି ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ତେବେ ଆତଙ୍କବାଦୀମାନେ ଏହି ଆକ୍ରମଣ ସେତେବେଳେ କରିଥିଲେ ଯେତେବେଳେ ଏହି ଇଲାକାର ସେନାର ଅପରେସନ ଚାଲିଥିଲା। ଏହାର କିଛି ମିନିଟ୍ ପରେ ହିଁ ସୋପାରର କସ୍ବେ ଇଲାକାରେ ଥିବା ଏକ ସିଆରପିଏଫ୍ କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। କିନ୍ତୁ ଏହି ଆକ୍ରମଣରେ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ତେବେ ଏହି ଆକ୍ରମଣ ପରେ ପୂରା ଅଞ୍ଚଳକୁ ସେନା ନାକାବନ୍ଦୀ କରିବା ସହିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି।

Last Updated : Mar 22, 2019, 7:27 AM IST

ABOUT THE AUTHOR

...view details