ଓଡିଶା

odisha

ETV Bharat / bharat

ବକରିଦ ପୂର୍ବରୁ ପାକ୍‌ ବଜାରରେ ହାହାକାର - vegetable prices high

ଆସନ୍ତା କାଲି ବକରିଦ ପାଳନ ହେବାକୁ ଥିବା ବେଳେ ମହଙ୍ଗା ଖାଦ୍ୟ ଯୋଗୁଁ ପାକିସ୍ତାନବାସୀ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣି ପାରୁ ନାହାନ୍ତି । ଏଥିଯୋଗୁଁ ପାକିସ୍ତାନ ପାଇଁ ଏଥର ପର୍ବ ଫିକା ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଫାଇଲ ଫଟୋ

By

Published : Aug 11, 2019, 6:02 PM IST

ଇସଲାମାବାଦ: ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନ କରି ନିଜ ଗୋଡରେ କୁରାଢି ମାରିଛି ପାକିସ୍ତାନ । ପୂର୍ବରୁ ହିଁ ମହଙ୍ଗା ମାଡରେ ଥିବା ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇ ଦେଶର ସାଧାରଣ ଲୋକଙ୍କ ଅସୁବିଧାକୁ ଦ୍ବିଗୁଣିତ କରିଛି । ଆସନ୍ତାକାଲି ବକରିଦ ପାଳନ ହେବାକୁ ଥିବା ବେଳେ ମହଙ୍ଗା ଖାଦ୍ୟ ଯୋଗୁଁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣି ପାରୁ ନାହାନ୍ତି। ବକରିଦ ପୂର୍ବରୁ ପିଆଜ, ରସୁଣ, ଅଦା, ଟମାଟୋ ଆଦିର ଦାମ୍‌ ଆକାଶ ଛୁଆଁ ହୋଇଛି । ଏଥିଯୋଗୁଁ ପାକିସ୍ତାନ ପାଇଁ ଏଥରର ପର୍ବ ଫିକା ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ପାକିସ୍ତାନର ଏକ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅଦା ଓ ରସୁଣ କିଲୋ ପିଛା ୪୦୦ ଟଙ୍କା ଓ ୩୨୦ ଟଙ୍କା ରହିଛି। ପୂର୍ବରୁ ଏହା 320 ଏବଂ 280 ରେ ବିକ୍ରି ହେଉଥିଲା । ସେହିପରି ଲାଉ କିଲୋ ପିଛା ୧୨୦ ଟଙ୍କା, ବନ୍ଧାକୋବି ୮୦ ଟଙ୍କା ଓ କ୍ୟାପସିକମ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି। କଞ୍ଚାଲଙ୍କା କିଲୋ ପ୍ରତି ୧୦୦ ଟଙ୍କା ହୋଇଯାଇଛି । ତେବେ ଚୀନରୁ ଆମଦାନୀ ହେଉଥିବା ଅଦା ଖୁଚୁରା ବଜାରରେ କିଲୋ ପିଛା ୨୮୦ ଟଙ୍କାରେ ମିଳୁଥିବା ବେଳେ ଇରାନର ରସୁଣ କିଲୋ ପ୍ରତି ୨୪୦ ଟଙ୍କା ଦରରେ ବିକ୍ରି ହେଉଛି।

ତେବେ ସାଧାରଣ ପାଉଁରୁଟି ମଧ୍ୟ ମହଙ୍ଗା ହୋଇଛି। ଛୋଟ ପାଉଁରୁଟି ପ୍ୟାକେଟ୍ ୩୫ ଟଙ୍କା, ମଧ୍ୟମ ସାଇଜର ପାଉଁରୁଟି ୫୬ ଟଙ୍କା ଓ ବଡ଼ ପାଉଁରୁଟି ପ୍ୟାକେଟ୍ ୧୦୦ ଟଙ୍କା ହୋଇଯାଇଛି।

ଜୁଲାଇରେ କନଜ୍ୟୁମର ପ୍ରାଇସ ଇନଡେକ୍ସ(ସିପିଆଇ) ଅନୁଯାୟୀ ପାକିସ୍ତାନର ମହଙ୍ଗା ଦର 8.9 ପ୍ରତିଶତରୁ ବୃଦ୍ଧି ଘଟି 10.34 ପ୍ରତିଶତରେ ପହଞ୍ଚିଛି । ଗତ ବର୍ଷ ଏହି ରେକର୍ଡ 5.84 ପ୍ରତିଶତରେ ଥିଲା ।

ABOUT THE AUTHOR

...view details