ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ମାତିଛି ପାକିସ୍ତାନ । ପରମାଣୁ ଯୁଦ୍ଧ ଏବଂ ଜାତିସଂଘ ସୁରକ୍ଷା ପରିଷଦ ଯିବାର ଧମକ ମଧ୍ୟରେ ପାକିସ୍ତାନ ମିସାଇଲ ପରୀକ୍ଷଣ କରିବାର ପ୍ରସ୍ତୁତିରେ ଥିବା ଜଣାପଡିଛି । ଏନେଇ ପାକିସ୍ତାନ ସରକାର ତିନି ଦିନ ପାଇଁ କରାଚି ବାୟୁମାର୍ଗକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।
କରାଚିରୁ ମିସାଇଲ ପରୀକ୍ଷଣ କରିବ ପାକିସ୍ତାନ, ବାୟୁସେନାକୁ ସତର୍କ ଘଣ୍ଟି - missile test firing
ପରମାଣୁ ଯୁଦ୍ଧ ଏବଂ ଜାତିସଂଘ ସୁରକ୍ଷା ପରିଷଦ ଯିବାର ଧମକ ମଧ୍ୟରେ ପାକିସ୍ତାନ ମିସାଇଲ ପରୀକ୍ଷଣ କରିବାର ପ୍ରସ୍ତୁତିରେ ଥିବା ଜଣାପଡିଛି । ଏନେଇ ପାକିସ୍ତାନ ସରକାର ତିନି ଦିନ ପାଇଁ କରାଚି ବାୟୁମାର୍ଗକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ କରାଚି ନିକଟରେ ଥିବା ସୋନମିୟାନୀ ଉଡାଣ ପରୀକ୍ଷଣ ରେଞ୍ଜରେ ଏହି ମିସାଇଲ ପରୀକ୍ଷଣ କରିପାରେ । ଏଥିପାଇଁ ପାକିସ୍ତାନ ସରକାର ବାୟୁସେନା ଏବଂ ନୌସେନାକୁ ସତର୍କ ସୂଚନା ଜାରି କରିଛନ୍ତି ।
ପାକିସ୍ତାନର ନାଗରିକ ଉଡାୟଣ ପ୍ରାଧିକରଣ(ସିସିଏ) ପକ୍ଷରୁ ବୁଧବାର ନୋଟାମ ଜାରି କରାଯାଇଛି । ଯେଉଁଥିରେ କରାଚି ବାୟୁମାର୍ଗକୁ 3 ଦିନ ପାଇଁ (ଅଗଷ୍ଟ 28 ରୁ 31) ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଅର୍ଥାତ ଏହି 3 ଦିନ ସମସ୍ତ ଅନ୍ତରାଷ୍ଟ୍ରୀୟ ଉଡାଣ କରାଚି ବାୟୁକ୍ଷେତ୍ର ଦେଇ ଉଡିବ ନାହିଁ । ଏଥିପାଇଁ ସିସିଏ ବିକଳ୍ପ ବାୟୁମାର୍ଗ ବ୍ୟବହାର କରିବାକୁ କହିଛି ।