ଓଡିଶା

odisha

ETV Bharat / bharat

ଭାରତ ସହ ସୀମା ବିବାଦ ପରେ ପାକିସ୍ତାନକୁ ଆଟାକ୍ ଡ୍ରୋନ୍ ଯୋଗାଇବ ଚୀନ - pakistan to get 4 attack drones

ଚୀନ-ପାକିସ୍ତାନ ଇକୋନମିକ୍ କରିଡର ଏବଂ ଗ୍ବାଦର୍ ବନ୍ଦରରେ ଥିବା ପିପୁଲ୍ସ ଲିବରେସନ୍ ଆର୍ମି ନେଭିର ନୂଆ ଘାଟିର ସୁରକ୍ଷା ନିମନ୍ତେ ଚୀନ ପାକିସ୍ତାନକୁ ଏହି ସଶସ୍ତ୍ର ଡ୍ରୋନ ଯୋଗାଇଦେବ ବୋଲି ଜଣାପଡିଛି ।

ଆଟାକ୍ ଡ୍ରୋନ୍
ଆଟାକ୍ ଡ୍ରୋନ୍

By

Published : Jul 6, 2020, 1:01 PM IST

ବେଜିଂ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ପାକିସ୍ତାନକୁ ସଶକ୍ତ କରିବାର ପ୍ରୟାସ କରୁଛି ଚୀନ । ସେ ପାକିସ୍ତାନକୁ ୪ଟି ଆଟାକ୍ ଡ୍ରୋନ୍ ଯୋଗାଇ ଦେବ ବୋଲି ଜଣାପଡିଛି । ଚୀନ-ପାକିସ୍ତାନ ଇକୋନମିକ୍ କରିଡର ଏବଂ ଗ୍ବାଦର୍ ବନ୍ଦରରେ ଥିବା ପିପୁଲ୍ସ ଲିବରେସନ୍ ଆର୍ମି ନେଭିର ନୂଆ ଘାଟିର ସୁରକ୍ଷା ନିମନ୍ତେ ଚୀନ ପାକିସ୍ତାନକୁ ଏହି ସଶସ୍ତ୍ର ଡ୍ରୋନ ଯୋଗାଇଦେବ ବୋଲି ଜଣାପଡିଛି । ଏହି ବନ୍ଦରରେ କିମ୍ବା ତାର କରିଡର ପ୍ରକଳ୍ପରେ କୌଣସି ବାଧାସୃଷ୍ଟି ହେଉବୋଲି ଚୀନ ଚାହୁଁନାହିଁ । ଏହି କାରଣରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।

ଗ୍ବାଦର, ବାଲୁଚିସ୍ତାନର ଦକ୍ଷିଣ-ପଶ୍ମିପ ପ୍ରାନ୍ତରେ ଚୀନର ବେଲ୍ଟ ଏବଂ ରୋଡ ଇନିସିଏଟିଭ ପ୍ରକଳ୍ପରେ ଚୀନ 60 ବିଲିୟନ ଡଲାନ ନିବେଶ କରିଛି । ତେବେ ପାକିସ୍ତାନ ବାୟୁସେନା ବ୍ୟବହାର ପାଇଁ ଚୀନ୍ 'ୱିଙ୍ଗ୍ ଲୁଙ୍ଗ୍-ଟୁ'ର ସାମରିକ ସଂସ୍କରଣ ୪୮ ଜିଜେ-ଟୁ ଡ୍ରୋନ୍ ଡିଜାଇନ୍ କରିଥିଲା। ଏହାକୁ ଚୀନ୍ ଓ ପାକିସ୍ତାନ ମିଳିତ ଭାବେ ନିର୍ମାଣ କରିଥାଆନ୍ତେ ବୋଲି ଯୋଜନା ଥିଲା। କିନ୍ତୁ, ତା'ପୂର୍ବରୁ ଚୀନ୍ ପାକିସ୍ତାନକୁ ଦୁଇଟି ସିଷ୍ଟମ୍ (ପ୍ରତ୍ୟେକରେ ଦୁଇଟି ଲେଖାଏଁ ଡ୍ରୋନ୍ ଏବଂ ଗୋଟିଏ ଗ୍ରାଉଣ୍ଡ୍‌ ଷ୍ଟେସନ୍ ଥିବା) ଯୋଗାଇବାକୁ ଉଦ୍ୟମ କରୁଛି।

ତେବେ ଚୀନ ପୂର୍ବରୁ ହିଁ ଏସିଆ ଏବଂ ପଶ୍ଚିମ ଏସିଆର କେତେକ ଦେଶକୁ ଟୋହି ଏବଂ ଷ୍ଟ୍ରାଇକ ଡ୍ରୋନ 'ୱିଙ୍ଗ୍ ଲୁଙ୍ଗ୍-ଟୁ' ବିକ୍ରି କରୁଛି । ଏଭଳି କରି ସେ ସଶସ୍ତ୍ର ଡ୍ରୋନ୍ ରପ୍ତାନିକାରୀ ହୋଇସାରିଛି। 'ଷ୍ଟକ୍‌ହୋମ୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ପିସ୍ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍'ର ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତର ଡାଟାବେସ୍ ଅନୁସାରେ, ୨୦୦୮ ରୁ ୨୦୧୮ ମଧ୍ୟରେ କାଜାଖସ୍ତାନ, ତୁର୍କମେନିସ୍ତାନ, ଆଲ୍‌ଜେରିଆ, ସାଉଦି ଆରବ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍‌ସ୍ ସମେତ ଡଜନାଧିକ ଦେଶକୁ ଚୀନ୍ ୧୬୩ ୟୁଏଭି ଯୋଗାଇ ଦେଇଛି।

କୁହାଯାଉଛି, ଚୀନ୍‌ର ଆଟାକ୍ ଡ୍ରୋନ୍‌ରେ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ ହେବା ପରି ୧୨ଟି କ୍ଷେପଣାସ୍ତ୍ର ରହିଛି। ଚୀନର ଏହି ଆକ୍ରମଣ ଡ୍ରୋନ୍‌ ବର୍ତ୍ତମାନ ଲିବିଆରେ ୟୁଏଇ ସମର୍ଥିତ ବାହିନୀ ତ୍ରିପୋଲିରେ ତୁର୍କୀ ସମର୍ଥିତ ସରକାର ବିରୁଦ୍ଧରେ ବ୍ୟବହାର କରୁଛି। ଏକ ତଥ୍ୟ ଅନୁଯାୟୀ ଏହି ଡ୍ରୋନ ସାହାଯ୍ୟରେ ଗତ ଦୁଇ ମାସ ମଧ୍ୟରେ ଲିବିଆରେ ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା।

ଲଦାଖରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁଁ ଭାରତ-ଚୀନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ବର୍ତ୍ତମାନ ଚୀନ ଏବଂ ପାକିସ୍ତାନର ଏଭଳି ବନ୍ଧୁତ୍ବସ୍ଥାପନ ଭାରତକୁ ଆମେରିକା ଠାରୁ ଶସ୍ତ୍ରବାହୀ ପ୍ରିଡାଟର୍-ବି ଡ୍ରୋନ୍ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଛି।

ABOUT THE AUTHOR

...view details