ETV Bharat Odisha

ଓଡିଶା

odisha

ETV Bharat / bharat

ଅମ୍ବାଲାରେ ଅପରେସନ ‘ରାଜି’: ପାକିସ୍ତାନ ସେନାକୁ ଦେଉଥିଲା ଭାରତୀୟ ସିମକାର୍ଡ - ପାକିସ୍ତାନୀ ସେନା

ହରିୟାଣାର ଅମ୍ବାଲାରେ ଗିରଫ ହୋଇଥିବା ପାକିସ୍ତାନୀ ସନ୍ଦିଗ୍ଧ ଅଲୀ ମୁର୍ତଜା ପୂର୍ବରୁ 9 ଥର ଭାରତ ଆସିଥିବା ଜଣା ପଡିଛି । ଏହା ବ୍ୟତିତ ସେ ଭାରତର ସକ୍ରିୟ ମୋବାଇଲ ସିମକାର୍ଡ ପାକିସ୍ତାନୀ ସେନାକୁ ଦେଇଛି ।

ଫାଇଲ ଫଟୋ
author img

By

Published : Aug 27, 2019, 9:27 PM IST

ଚଣ୍ଡିଗଡ: ହରିୟାଣାର ଅମ୍ବାଲାରେ ଗିରଫ ହୋଇଥିବା ପାକିସ୍ତାନୀ ସନ୍ଦିଗ୍ଧ ଅଲୀ ମୁର୍ତଜାକୁ ନେଇ ବଡ ଖୁଲାସା ହୋଇଛି । ବଲିଉଡ ଫିଲ୍ମ ‘ରାଜି’ ଭଳି ସମାନ ଢଙ୍ଗରେ ଭାରତ ସମ୍ପର୍କରେ ପାକିସ୍ତାନକୁ ଖବର ଦେଉଥିଲା ଅଲୀ ମୁର୍ତଜା । ପୂର୍ବରୁ 9 ଥର ଭାରତ ଆସିଥିବା ତଦନ୍ତ ସମୟରେ ଜଣା ପଡିଛି । ଏହା ବ୍ୟତିତ ସେ ଭାରତର ସକ୍ରିୟ ମୋବାଇଲ ସିମକାର୍ଡ ପାକିସ୍ତାନୀ ସେନାକୁ ଦେଇଛି । ଯାହାର ବ୍ୟବହାର କରି ସେମାନେ ଭାରତ ବିରୋଧୀ କାର୍ଯ୍ୟକଳାପ କରିଥିବା ତଦନ୍ତରେ ଖୁଲାସା ହୋଇଛି ।

ସୂଚନା ମୁତାବକ, ଅପରାଧ ତଦନ୍ତକାରୀ ସଂସ୍ଥା-2(ସିଆଇଏ-2) ହରିୟାଣାର ଅମ୍ବାଲାରେ ଅଲୀ ମୁର୍ତଜାକୁ ଗିରଫ କରିଥିଲେ । ତା ନିକଟରୁ ଏକ ମୋବାଇଲ, କିଛି ସିମ୍‌ କାର୍ଡ ଏବଂ ଏକ ବ୍ୟାଗ ଜବତ ହୋଇଛି । ବ୍ୟାଗରେ ଥିବା ଦସ୍ତାବେଜରୁ ସେ ପାକିସ୍ତାନୀ ନାଗରିକ ବୋଲି ଜଣା ପଡିଛି । ସେ ଅମ୍ବାଲା ରେଳ ଷ୍ଟେସନରୁ ସେନା କ୍ଷେତ୍ରରେ ଅନୁପ୍ରବେଶର ଯୋଜନା କରିଥିବା ପୋଲିସ ପକ୍ଷରୁ ଜଣା ପଡିଛି ।

ତେବେ ସେ ପୂର୍ବରୁ ସେ 9 ଥର ଭାରତ ଆସିଥିବା ପଚରା ଉଚାରା ସମୟରେ କହିଥିଲା ସନ୍ଦିଗ୍ଧ । ସେ ପ୍ରଥମଥର ଭାରତ ଆସିବା ସମୟରେ ଏଠାରୁ ଏକ ସକ୍ରିୟ ସିମ୍‌ କାର୍ଡ ନେଇ ପାକିସ୍ତାନୀ ସେନାକୁ ଦେଇଥିଲା । ଯାହାକୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଇଥିଲା ବୋଲି ସେ କହିଛି । ଅଲୀ ମୁର୍ତଜାକୁ ବର୍ତ୍ତମାନ ଅମ୍ବାଲାର ସେଣ୍ଟ୍ରାଲ ଜେଲର ନ୍ୟାୟିକ ହେପାଜତରେ ରଖାଯାଇଥିବା ବେଳେ ତା ବିରୋଧରେ ବିଦେଶୀ ଆକ୍ଟ ଏବଂ ସିକ୍ରେଟ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି ।

ଅଲୀ ମୁର୍ତଜା ପାଖରେ ଅମ୍ବାଲାର ଭିସା ନଥିବା ବେଳେ ଅନ୍ୟ କିଛି ସହରର ଭିସା ଉପଲବ୍ଧ ଥିଲା । ସେ ହାଇଦ୍ରାବାଦ ମଧ୍ୟ ଯାଇଥିବା ତଦନ୍ତ ବେଳେ ଜଣା ପଡିଛି । ତା ସହ ଆଉ 2 ଜଣ ପାକିସ୍ତାନୀ ସନ୍ଦିଗ୍ଧ ମଧ୍ୟ ଭାରତ ଆସିଥିଲେ । ସେମାନେ 2 ଦିନ ପୂର୍ବେ ହିଁ ଅଲୀକୁ ନିଜ ସିମ କାର୍ଡ ଦେଇ ପାକିସ୍ତାନ ଫେରିଯାଇଥିବା ସେ କହିଛି ।

ABOUT THE AUTHOR

...view details