ଓଡିଶା

odisha

ଭାରତର ଡେପୁଟି ହାଇକମିଶନରଙ୍କୁ ପାକ୍‌ର ସମନ୍

By

Published : Jul 1, 2020, 5:24 PM IST

ଏଲଓସିରେ ଭାରତୀୟ ସେନା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛି ପାକିସ୍ତାନ । ଏଥିପାଇଁ ଭାରତର ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆଙ୍କୁ ସମନ କରିଛି।

ପାକ୍‌ର ସମନ୍
ପାକ୍‌ର ସମନ୍

ଇସଲାମାବାଦ: ପ୍ରତିଦିନ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲଙ୍ଘନ କରୁଥିବା ପାକିସ୍ତାନ ଏବେ ଏହାର ଦୋଷ ଭାରତ ମୁଣ୍ଡରେ ଲଦିବାକୁ ଉଦ୍ୟମ କରିଛି । ଏଲଓସିରେ ଭାରତୀୟ ସେନା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ବୁଧବାର ଭାରତର ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆଙ୍କୁ ସମନ କରିଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି, 'ଜୁନ୍ 29 ଏବଂ ଜୁନ୍ 30 ରେ ଏଲଓସିର କାୟାନି ଏବଂ ଜୁରା ସେକ୍ଟରରେ ଭାରତୀୟ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଥିଲେ ।' ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଏଥିରେ ଆହୁରି କୁହାଯାଇଛି ଯେ, 'ଏଲଓସି ଏବଂ ଡବ୍ଲିବିରେ ଭାରତୀୟ ସ୍ୟନ୍ୟବାହିନୀ କ୍ରମାଗତ ଭାବରେ ସାଧାରଣ ଜନଜାତି ଅଞ୍ଚଳକୁ ଟାର୍ଗେଟ କରୁଛନ୍ତି ।'

୨୦୦୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ସଂକ୍ରାନ୍ତ ଚୁକ୍ତି ହୋଇଥିଲା । ତେବେ ଏହି ବୁଝାମଣାକୁ ସମ୍ମାନ ଦେବା ପାଇଁ ଭାରତୀୟ ପକ୍ଷକୁ ଆହ୍ବାନ କରିଛି ପାକିସ୍ତାନ । ଅସ୍ତ୍ରବିରତି ଉଲ୍ଲଂଘନର ଏହି ଘଟଣା ଏବଂ ଅନ୍ୟାନ୍ୟ ଘଟଣାର ଅନୁସନ୍ଧାନ କରି ଏବଂ ଏଲଓସି ଏବଂ ଡବ୍ଲିବିରେ ଶାନ୍ତି ବଜାୟ ରଖିବାକୁ ଭାରତକୁ କହିଛି ।

ABOUT THE AUTHOR

...view details