ଓଡିଶା

odisha

ETV Bharat / bharat

ମୋଦିଙ୍କୁ ପୁଣି ଥରେ ହତ୍ୟା ଧମକ ଦେଲେ ପାକିସ୍ତାନୀ ଗାୟିକା - ମୋଦିଙ୍କୁ ହତ୍ୟା ଧମକ

ପାକିସ୍ତାନର ପପ୍‌ ଗାୟିକା ରବୀ ପୀରଜାଦା ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଛନ୍ତି । ସେ ନିଜ ଦେହରେ ନକଲି ବୋମା ଖଞ୍ଜି ମୋଦୀଙ୍କୁ ହତ୍ୟା ଧମକ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର

By

Published : Oct 23, 2019, 10:03 PM IST

ଇସଲାମାବାଦ: ନିଜ ଅଜବ-ଗଜବ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ପପ୍‌ ଗାୟିକା ରବୀ ପୀରଜାଦା ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଛନ୍ତି । ସେ ନିଜ ଦେହରେ ନକଲି ବୋମା ଖଞ୍ଜି ମୋଦୀଙ୍କୁ ହତ୍ୟା ଧମକ ଦେଇଛନ୍ତି ।

ବିସ୍ଫୋରକ ଭର୍ତ୍ତି ଏକ ଜ୍ୟାକେଟ ପିନ୍ଧି ଏକ ଫଟୋ ନିଜ ଟ୍ବିଟରରେ ପୋଷ୍ଟ କରି ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଧମକ ଭରା କଥା ଲେଖିଛନ୍ତି ରବୀ । ଯାହାର ଶୀର୍ଷକ ରଖିଛନ୍ତି ‘କଶ୍ମୀର ପ୍ରସଙ୍ଗରେ ମୋଦିଙ୍କୁ ଧମକ’ ।

ତେବେ ସେ ମୋଦିଙ୍କୁ ହିଟଲର ବୋଲି କହିଥିବା ବେଳେ ନିଜକୁ କଶ୍ମୀରର ଝିଅ ବୋଲି ମଧ୍ୟ ବର୍ଣ୍ଣାନା କରିଛନ୍ତି । ତେବେ ତାଙ୍କର ଏଭଳି ପୋଷ୍ଟକୁ ନେଇ ତାଙ୍କୁ କଡା ସମାଲୋଚନା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିଲେ ।

ABOUT THE AUTHOR

...view details