ଓଡିଶା

odisha

ETV Bharat / bharat

'ଭାରତ ଉପରେ ଆକ୍ରମଣ କରି ପାକ୍ ଚିନ୍ତାରେ ରହିବା ଉଚିତ୍' - terror attack in India

ଯେତେବେଳେ ଭାରତ ମାଟିରେ ଆତଙ୍କବାଦୀ ଆକ୍ରମଣ ହୋଇଥାଏ ସେତେବେଳେ ପାକ୍ ର ଚିନ୍ତା ବଢିବା ଉଚିତ୍ ଏବଂ ସେମାନେ ଏଥିପାଇଁ ଚିନ୍ତିତ ଅଛନ୍ତି ମଧ୍ୟ । ଯଦି ସେମାନଙ୍କୁ ଏହି ଚିନ୍ତାରୁ ମୁକ୍ତି ଦରକାର ତେବେ ତାଙ୍କୁ ଭାରତରେ ଆତଙ୍କୀ ଆକ୍ରମଣକୁ ରୋକିବାକୁ ପଡିବ ।

Pakistan should be worried whenever there is a terror attack in India
'ଭାରତ ଉପରେ ଆକ୍ରମଣ କରି ପାକ୍ ଚିନ୍ତାରେ ରହିବା ଉଚିତ୍'

By

Published : May 18, 2020, 7:39 PM IST

ନୂଆଦିଲ୍ଲୀ: ହଣ୍ଡୱାରାରେ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧ ପରାୟଣ ଭାରତର କଡା କାର୍ଯ୍ୟାନୁଷ୍ଠାନ ଭୟରେ ପାକ୍ । ଏଥିପାଇଁ ପାକ୍ ପକ୍ଷରୁ ସୀମାରେ ବାୟୁ ସେନା ଗତିବିଧିକୁ ବୃଦ୍ଧି କରାଯାଇଛି । ସୋମବାର ଏ ସମ୍ପର୍କରେ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆଙ୍କ ପ୍ରଶ୍ନ ପଚାରଯାଇଥିଲା । ଯାହାର ଉତ୍ତରରେ ସେ କହିଛନ୍ତି ଯେ, ଯେତେବେଳେ ଭାରତ ମାଟିରେ ଆତଙ୍କବାଦୀ ଆକ୍ରମଣ ହୋଇଥାଏ ସେତେବେଳେ ପାକ୍ ର ଚିନ୍ତା ବଢିବା ଉଚିତ୍ ଏବଂ ସେମାନେ ଏଥିପାଇଁ ଚିନ୍ତିତ ଅଛନ୍ତି ମଧ୍ୟ । ଯଦି ସେମାନଙ୍କୁ ଏହି ଚିନ୍ତାରୁ ମୁକ୍ତି ଦରକାର ତେବେ ତାଙ୍କୁ ଭାରତରେ ଆତଙ୍କୀ ଆକ୍ରମଣକୁ ରୋକିବାକୁ ପଡିବ ।

ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏୟାର ଚିଫ୍ ମାର୍ଶଲ କହିଛନ୍ତି ଯେ ଯଦି ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଏବଂ ଲଞ୍ଚପ୍ୟାଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହୁଏ, ତେବେ ଏପରି ପରିସ୍ଥିତିରେ ତାଙ୍କ ସେନା 24x7 ପ୍ରସ୍ତୁତ ରହିଛି ।

ପ୍ରକାଶ ଥାଉ କି, ମେ ମାସ ପ୍ରଥମ ସପ୍ତାହରେ ହଣ୍ଡୱାରାରେ ଆତଙ୍କୀ ଆକ୍ରମଣ ମୁକାବିଲା ସମୟରେ କର୍ଣ୍ଣେଲ ଆଶୁତୋଷ ଶର୍ମା ଏବଂ ଅନ୍ୟ 3 ଜଣ ସେନା କର୍ମଚାରୀ ଶହୀଦ ହୋଇଥିଲେ । ଆତଙ୍କବାଦୀ ଶିବିର ଏବଂ ଲଞ୍ଚପ୍ୟାଡରେ ବାଲାକୋଟ ଭଳି ଏୟାର ଷ୍ଟ୍ରାଇକକୁ ଭୟ କରି ପାକ୍ ସେହି ରାତିରେ ବାୟୁ ସେନା ଗତିବିଧିକୁ ବୃଦ୍ଧି କରିଥିଲା ।

ABOUT THE AUTHOR

...view details